ଏଣିକି ଧୁମପାନ କରିବା ପଡିବ ମହଙ୍ଗା ! ସିଗାରେଟ ଧୁଆଁ ସଂସ୍ପର୍ଶରେ ଆସିଲେ ହେଉଛି ଏକ ନୂଆ ରୋଗ, ଆପଣଙ୍କ ପିଲା ବି ହୋଇପାରେ ଏହାର ଶିକାର ।

Advertisment
ଏଣିକି ଧୁମପାନ କରିବା ପଡିବ ମହଙ୍ଗା ! ସିଗାରେଟ ଧୁଆଁ ସଂସ୍ପର୍ଶରେ ଆସିଲେ ହେଉଛି ଏକ ନୂଆ ରୋଗ, ଆପଣଙ୍କ ପିଲା ବି ହୋଇପାରେ ଏହାର ଶିକାର ।

Image courtesy - www.medicalnewstoday.com

ଧୁମପାନ କରିବା ଶରୀରପ୍ରତି ହାନିକାରକ । ଏକଥା ସମସ୍ତେ ଜାଣନ୍ତି କିନ୍ତୁ ତଥାବି ଧୁମପାନ କରିଥାନ୍ତି । ସିଗାରେଟ ଖୋଳ ଉପରେ ବଡ ବଡ ସଚେତନତା ଫଟୋ ଲଗାଯିବା ସତ୍ୱେ ବି ଲୋକମାନେ ସଚେତନ ହେଉ ନାହାଁନ୍ତି । ଅନେକ ଲୋକ ବାହାରେ ସିଗାରେଟ ଟାଣିବା ସହ ଘରେ ମଧ୍ୟ ଧୁମପାନ କରିଥାନ୍ତି । ଯାହା ଫଳରେ ନିଜେ ମୃତ୍ୟୁ ମୁଖକୁ ଟାଣି ହୋଇଯିବା ସହ ପରିବାର ଲୋକଙ୍କୁ ମଧ୍ୟ ମୃତ୍ୟୁ ମୁଖକୁ ଟାଣି ନେଇଥାନ୍ତି । ଖାସ କରି ଘରେ ଥିବା ଛୋଟ ଛୋଟ ପିଲାମାନେ ସିଗାରେଟ ଧୁଆଁ ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି ।

ଗବେଷକମାନେ ଚେତାବନୀ ଦେଇ କହିଛନ୍ତି, ଯେଉଁ ଲୋକମାନେ ପିଲାଟି ବେଳୁ ଜଣେ ନିୟମିତ ଧୁମପାନ କରୁଥିବା ବ୍ୟକ୍ତିଙ୍କ ସହ ରହୁଛନ୍ତି ସେମାନଙ୍କ କ୍ଷେତ୍ରରେ ୩୧ ପ୍ରତିଶତ ଲୋକ କ୍ରାନିକ ଓବସଟ୍ରକିଟବ ପଲମୋନରି (ସିଓପିଡି) ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ରିପୋର୍ଟ ମିଳିଛି । ସେହିପରି ଧୁମପାନ କରୁଥିବା ବ୍ୟକ୍ତିଙ୍କ ଧୁଆଁ ସଂସ୍ପର୍ଶରେ ଆସିଲେ ନଅ ପ୍ରତିଶଷ ବୟସ୍କଙ୍କ ଜୀବନ ପ୍ରତି ବିପଦ ରହିଛି।

publive-image

ଧୁମପାନ କରୁଥିବା ବ୍ୟକ୍ତିଙ୍କ ଧୁଆଁ ସଂସ୍ପର୍ଶରେ ଆସିବା ହେତୁ ୨୭ ପ୍ରତିଶତ ଲୋକଙ୍କୁ ଗମ୍ଭୀର ହୃଦୟ ରୋଗ, ୨୩ ପ୍ରତିଶତ ଲୋକଙ୍କୁ ହୃତଘାତ ଓ ୪୨ ପ୍ରତିଶତ ଲୋକଙ୍କୁ ସିଓପିଡି ରୋଗରେ ପୀଡିତ ହୋଇ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି। ଅଧ୍ୟୟନରେ ୫୦ରୁ ୭୦ବର୍ଷର ବୟସର ଧୁମପାନ କରୁ ନଥିବା ୭୦,୯୦୦ ଜଣ ପୁରୁଷ ଓ ମହିଳା ସାମିଲ କରାଯାଇଥିଲା । ଏହି ଅଧ୍ୟୟନ ପାଇଁ ୭୦,୯୦୦ ଜଣ ପୁରୁଷ ଓ ମହିଳାଙ୍କ ଉପରେ ୨୨ବର୍ଷ ପର୍ୟ୍ୟନ୍ତ ନଜର ରଖାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe