କନକ ବ୍ୟୁରୋ: ଚଳିତ ବର୍ଷ ଓସ୍ମାର ସମାରୋହରେ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଥିବା ୱିଲ ସ୍ମିଥ୍ ଶୁକ୍ରବାର ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆର୍ଟସ୍ ଆଣ୍ଡ ସାଇନ୍ସେସ୍ (ଏଏମପିଏଏସ୍)ରୁ ଇସ୍ତଫା ଦେଇଛନ୍ତି । ସ୍ମିଥଙ୍କ ଇସ୍ତଫା ପତ୍ରକୁ ଏକାଡେମୀ ପକ୍ଷରୁ ଗ୍ରହଣ କରାଯାଇଥିବା ଏଏମପିଏଏସର ସଭାପତି ଡେଭିଡ୍ ରୁବିନ କହିଛନ୍ତି । ଏନେଇ ଏକାଡେମୀ ପକ୍ଷରୁ ଆଗାମୀ ଆଲୋଚନା ଏପ୍ରିଲ ୧୮ ରେ ହେବାକୁ ଥିବାବେଳେ ଓସ୍କାରରେ ହିଂସା ଭିଆଇବା ଘଟଣାରେ ସ୍ମିଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୁବିନ କହିଛନ୍ତି ।
ସ୍ମିଥ୍ ନିଜକୁ ଦାୟୀ କରି କହିଛନ୍ତି, ‘୯୪ତମ ଓସ୍କାର ସମାରୋହରେ ମୋ ବ୍ୟବହାର ଆଶ୍ଚର୍ଯ୍ୟକର ଏବଂ ଅକ୍ଷମଣୀୟ ଥିଲା । ଏଥିରେ କେବଳ କ୍ରିସ୍ ରକ୍ ନୁହଁନ୍ତି ମୋ ବ୍ୟବହାର ତାଙ୍କ ପରିବାର ଓ ପିୟଜନମାନଙ୍କୁ କଷ୍ଟ ହୋଇଛି’ । ଆମେରିକା ଡଲବି ଥିଏଟରରେ ଅନୁଷ୍ଠିତ ଓସ୍କାର ସମାରୋହରେ ହୋଷ୍ଟ କ୍ରିସ୍ ମଞ୍ଚରେ ସ୍ମିଥଙ୍କ ସ୍ତ୍ରୀ ଜାଡାଙ୍କ ଚନ୍ଦାପଣକୁ ନେଇ ଉପହାସ କରିଥିଲେ ତେଣୁ ସ୍ମିଥ୍ ରାଗିଯାଇ କ୍ରିସଙ୍କୁ ଚାପୁଡା ମାରିଥିଲେ ।