କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି । ସ୍ମିତାଲିଙ୍କୁ ମିଳିବ ସ୍କୁଲ ଲିଭିଂ ସାର୍ଟିଫିକେଟ । କନକ ନ୍ୟୁଜକୁ କହିଲେ ସମୀର ଦାସ । ସାର୍ଟିଫିକେଟ ହଜିଯାଇଥିବାରୁ ୩ବର୍ଷ ହେଲା ନେଇପାରୁ ନାହାନ୍ତି ଆଡମିଶନ ।

346

କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି । ସ୍ମିତାଲିଙ୍କୁ ମିଳିବ ସାର୍ଟିଫିକେଟ । ଏ ସମ୍ପର୍କରେ ଗଣଶିକ୍ଷା ସଚିବଙ୍କୁ ଅବଗତ କରାଇଛନ୍ତି ସମୀର ଦାଶ । ସ୍ମିତାଲିଙ୍କୁ କେତେଶୀଘ୍ର ସାର୍ଟିଫିକେଟ ମିଳିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସେପଟେ ସାଂସଦ ଅନୁଭବ ମହାନ୍ତି, ଟୁଇଟ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି, ଏହି ବିଷୟରେ ଆବଶ୍ୟକ ପଦକ୍ଷେପ ନେବାପାଇଁ । ସ୍ମିତାଲିଙ୍କର ଏସଏଲସି ବା ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଯାଇଥିବା କାରଣରୁ ସୋମବାର ତାଙ୍କର ରମାଦେବୀ କଲେଜରେ ଆଡମିଶନ ହୋଇପାରିନଥିଲା ।

୨୦୧୭ରୁ ସ୍ମିତାଲି ଏହି କାରଣ ପାଇଁ ଆଡମିଶନ ନେଇପାରୁନାହାନ୍ତି । ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସ ୩ବର୍ଷ ହେଲା ବୁଲୁଛନ୍ତି ଆଉ କାନ୍ଦି କାନ୍ଦି ପଚାରୁଛନ୍ତି, ସେ ଆଗକୁ ପାଠ ପଢିବେ କେମିତି ?

ସ୍କୁଲ ଲିଭିଂ ସାର୍ଟିଫିକେଟ ପାଇବା ପାଇଁ ମ୍ରୁଖ୍ୟମନ୍ତ୍ରୀଙ୍କୁ ସ୍ମିତାଲିଙ୍କ ନିବେଦନ କରିଥିଲେ । ହେଲେ ପରେ କିଛି ବାଟ ନପାଇ ଆଜି ସ୍ମିତାଲି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Comments are closed.