ସମ୍ବଲପୁରରେ ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ । ପୋଲିସର ସନ୍ଦେହ, ଘର ଭିତରେ ସଢୁଛି ଶବ, ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯିବ ଘର ।

559

କନକ ବ୍ୟୁରୋ : ସମ୍ବଲପୁର ସହରର ମୁଦିପଡାରେ ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ । ଏହି ଭଡା ଘରେ ବାହାରପଟୁ ତାଲା ଝୁଲୁଛି । ଏହି ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ଲୋକେ କିଛି ଦିନ ହେଲା ଦେଖିନଥିବା କହିଛନ୍ତି । ତେଣୁ ଦୁର୍ଗନ୍ଧ ବାହାରିବା କାରଣରୁ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଛି । ଘର ଭିତରେ ଶବ ପଚି ଦୁର୍ଗନ୍ଧ ବାହାରୁଥିବା ପୋଲିସ ମଧ୍ୟ ସନ୍ଦେହ କରୁଛି ।

ଗତକାଲି ରାତିରେ ପୋଲିସ ଏହି ଖବର ପାଇଥିବା ବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଘର ଖୋଲାଯିବାର ଅଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ଘରେ ଶ୍ରମିକ ଦମ୍ପତି ଏବଂ ତାଙ୍କର ୪ବର୍ଷର ଶିଶୁ ରହୁଥିଲେ । ମଙ୍ଗଳବାର ରାତିରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପରେ ଘରେ ବାହାରପଟୁ ତାଲା ପଡିଥିବା ଦେଖିବାକୁ ମିଳୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.