କନକ ବ୍ୟୁରୋ : ସମ୍ବଲପୁର ସହରର ମୁଦିପଡାରେ ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ । ଏହି ଭଡା ଘରେ ବାହାରପଟୁ ତାଲା ଝୁଲୁଛି । ଏହି ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ଲୋକେ କିଛି ଦିନ ହେଲା ଦେଖିନଥିବା କହିଛନ୍ତି । ତେଣୁ ଦୁର୍ଗନ୍ଧ ବାହାରିବା କାରଣରୁ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଛି । ଘର ଭିତରେ ଶବ ପଚି ଦୁର୍ଗନ୍ଧ ବାହାରୁଥିବା ପୋଲିସ ମଧ୍ୟ ସନ୍ଦେହ କରୁଛି ।
ଗତକାଲି ରାତିରେ ପୋଲିସ ଏହି ଖବର ପାଇଥିବା ବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଘର ଖୋଲାଯିବାର ଅଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ଘରେ ଶ୍ରମିକ ଦମ୍ପତି ଏବଂ ତାଙ୍କର ୪ବର୍ଷର ଶିଶୁ ରହୁଥିଲେ । ମଙ୍ଗଳବାର ରାତିରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପରେ ଘରେ ବାହାରପଟୁ ତାଲା ପଡିଥିବା ଦେଖିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-15-at-8.11.03-AM.png)