ଏଣିକି ମିଛ ଧରିବ ସ୍ମାର୍ଟ ଫୋନ ! ମୋବାଇଲ କହିବ କିଏ କହୁଛି ସତ ଆଉ କିଏ କହୁଛି ମିଛ ।

39

ପ୍ରତିଦିନ ନୂଆ ନୂଆ ଟେକ୍ନୋଲୋଜି ମାର୍କେଟକୁ ଆସୁଛି । କିଛି ଟେକ୍ନୋଲୋଜି ଏପରିବି ଆସିଥାଏ, ଯାହା ଆମ ନିତିଦିନିଆ ଜୀବନକୁ ସରସ ସୁନ୍ଦର କରିଥାଏ । ସେହିଭଳି ଏପରି ଏକ ଟେକ୍ନୋଲୋଜି ମାର୍କେଟକୁ ଆସିବାକୁ ଯାଉଛି ଯାହା ଆଗାମି ଭବିଷ୍ୟତରେ ବେଶ ସହାୟକ ହୋଇପାରିବ । କୋପେନହେଗନ ମହାବିଦ୍ୟାଳୟର ଏକ ବୈଜ୍ଞାନିକ ଲର୍ଣ୍ଣିଂ ଆଲଗୋରିଦିମ ନାମକ ଏକ ଟେକ୍ନୋଲୋଜିର ଉଦ୍ଭାବନ କରିଛନ୍ତି । ଏହି ଟେକ୍ନୋଲୋଜିକୁ ବ୍ୟବହାରକାରୀ ଫୋନରେ ବ୍ୟବହାର କରି ଜାଣି ପାରିବେ କେଉଁ ବ୍ୟକ୍ତି ମିଛ କହୁଛନ୍ତି ଏବଂ କେଉଁ ବ୍ୟକ୍ତି ସତ କିହୁଛନ୍ତି ।

ସୂଚନା ଅନୁଯାୟୀ , ଲର୍ଣ୍ଣିଂ ଆଲଗୋରିଦିମ ଟେକ୍ନୋଲୋଜିକୁ ସ୍ମାର୍ଟ ଫୋନ ଦ୍ୱାରା ବ୍ୟବହାର କରାଯାଇ ପାରିବ । ଏବଂ ଆପଣ ଏହା ଦ୍ୱାରା ମିଛ, ସତକୁ ପରଖି ପାରିବେ । ସେଥିପାଇଁ ପ୍ରଥମେ ଏହି ଟେକ୍ନୋଲୋଜିକୁ ଫୋନରେ ବ୍ୟବହାର କରିବାକୁ ପଡିବ । କୌଣସି ବ୍ୟକ୍ତିକୁ ପରିକ୍ଷା କରିବା ପୂର୍ବରୁ ବ୍ୟକ୍ତିର ହାତକୁ ମୋବାଇଲ ସହ ସ୍ପର୍ଶ କରାଇବାକୁ ପଡିବ । ଏହି ପ୍ରକ୍ରିୟାରେ ଯଦି ବ୍ୟକ୍ତି ଜଣକ ମିଛ କୁହେ ତେବେ ଫୋନରେ ନାଲି ଲାଇଟ ଜଳିବ । ଏବଂ ଯଦି ବ୍ୟକ୍ତି ଜଣକ ସତ କୁହେ ତେବେ ଲାଇଟ ସବୁଜ ରଙ୍ଗର ହୋଇଯିବ । ଏଥିରୁ ଆପଣ ଜାଣିପାରିବେ ବ୍ୟକ୍ତି ଜଣକ ସତ କହୁଛି କିମ୍ବା ମିଛ କହୁଛି ।

ସତ ମିଛର ଫରକ ଜାଣିବା ପାଇଁ ଆମେ ପୂର୍ବରୁ ଲାଇ ଡିଟେକ୍ଟର ନାମକ ଏକ ଟେକ୍ନୋଲୋଜିର ସାହାଯ୍ୟ ନେବାକୁ ପଡୁଥିଲା । କିନ୍ତୁ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେଉନଥିଲା । କିନ୍ତୁ ଏଣିକି କାହାର ମିଛ ଧରିବା ପାଇଁ ଲାଇ ଡିଟେକ୍ଟର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ସ୍ମାର୍ଟ ଫୋନ ସାହାଯ୍ୟରେ ଏବଂ ନୂଆ କରି ବାହାରିଥିବା ଲର୍ଣ୍ଣିଂ ଆଲଗୋରିଦିମ ନାମକ ଟେକ୍ନୋଲୋଜି ସାହାଯ୍ୟରେ ଆପଣ ମିଛ ସତକୁ ପରଖି ପାରିବେ । ତେବେ ଏହି ଟେକ୍ନୋଲୋଜି କେବଳ ଆଣ୍ଡ୍ରଏଡ ଫୋନରେ ବ୍ୟବହାର ହେବା ପାଇଁ ଡିଜାଇନିଂ କରାଯାଇଛି ।

ବୈଜ୍ଞାନିକ ମାନେ ଏହି ଟେକ୍ନୋଲୋଜିକୁ ପରିକ୍ଷା କରିବା ପାଇଁ କିଛି ଲୋକଙ୍କୁ ଡକାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ମିଛ ଏବଂ କିଛି ଲୋକଙ୍କୁ ସତ କହିବା ପାଇଁ କୁହାଗଲା । ମିଛ କହିବା ଲୋକଙ୍କ ସଂସ୍ପର୍ଶରେ ଆସିଲା ମାତ୍ରେ ଲାଇଟ ନାଲି ହୋଇଯାଇଥିଲା ଏବଂ ସତ କହୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିବାରୁ ଲାଇଟ ସବୁଜ ହୋଇଥିଲା ।