ସାବଧାନ ! ୨୦-୨୦-୨୦ ପ୍ରକ୍ରିୟାରେ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ, ନହେଲେ …

37

ଯେଭଳି ସୋସିଆଲ୍ ମିଡିଆର ଚାହିଦା ବଢୁଛି,ଲୋକଙ୍କ ନଜର ବାସ୍ତବିକ ସମାଜ ଉପରୁ ହଟି ମୋବାଇଲ୍ ଭିତରେ ଅଟକି ଯାଇଛି । ଏକ ସର୍ଭେରୁ ଜଣା ପଡିଛି ଯେ ଯୁବଗୋଷ୍ଠୀ ଦିନକୁ ୪ ରୁ ୫ ଘଣ୍ଟା ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବାରେ ଅପଚୟ କରନ୍ତି । ତେବେ ଆପଣ କ’ଣ ଜାଣିଛନ୍ତି ମୋବାଇଲରୁ ଆସୁଥିବା ଖତରନାକ ଲାଇଟ୍ ଆପଣଙ୍କ ଆଖିକୁ ନଷ୍ଟ କରିବା ପାଇଁ ଯଥେଷ୍ଟ । ଯେତେ ଅଧିକ ଆପଣ ଫୋନକୁ ଦେଖିବାରେ ବ୍ୟସ୍ତ ରହିବେ ଏହି ରୋଗ ସେତେ ବଢିବାର ଆଶଙ୍କା ରହିଛି ।
ଜାଣନ୍ତୁ ଏହି କ୍ଷତିକାରକ ଲାଇଟ୍ ବିଷୟରେ କିଛି ।

ମୋବାଇଲ୍ ଫୋନ୍ ରୁ ବାହାରୁଥିବା ନୀଳରଙ୍ଗର ଲାଇଟ୍ ବହୁତ କ୍ଷତିକାରୀ ହୋଇଥାଏ । ଦିନାବେଳା ସୂର୍ଯ୍ୟକିରଣ କାରଣରୁ ଏହା ସ୍ପଷ୍ଟ ରୂପେ ଦେଖାଯାଏ ନାହିଁ କିନ୍ତୁ ରାତିରେ ଫୋନ୍ ବ୍ୟବହାର କରୁଥିବା ସମୟରେ ଏହି କିରଣ ସିଧା ଆସି ରେଟିନା ଉପରେ ପଡିଥାଏ । ଚୀନର ଏକ ଗବେଷଣା ମୁତାବକ ସେଠାକାର ଜଣେ ମହିଳା ପ୍ରତିଦିନ ରାତିରେ ଶୋଇବା ବେଳେ ଅଧିକ ସମୟ ଧରି ଫୋନ୍ ବ୍ୟବହାର କରୁଥିଲେ ଏବଂ ସକାଳୁ ଉଠୁ ଉଠୁ ପୋନ୍ ଚେକ୍ କରୁଥିଲେ । ବର୍ଷେ ମଧ୍ୟରେ ଏହି କ୍ଷତିକାରକ ଲାଇଟ୍ କାରଣରୁ ତାଙ୍କ କାର୍ଣ୍ଣିଆ କ୍ଷତିଗ୍ରସ୍ଥ ହୋଇଯାଇଥିଲା । ନେତ୍ର ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ମୋବାଇଲ୍ ଲାଇଟ୍ ଆଖିରେ ପଡିଲେ ଆଖିର ବ୍ଲିକିଙ୍ଗ୍ ରେଟ୍ କମିଯାଇଥାଏ । ସାଧାରଣ ରୁପରେ ପ୍ରତି ମିନିଟ୍ ୧୨ ରୁ ୧୪ ଥର ଆମେ ଆଖିପତା ପକାଉ ଥାଉ । କିନ୍ତୁ ମୋବାଇଲକୁ ଦେଖିବା ଦ୍ୱାରା ଏହା ୬ ରୁ ୭ ଥରକୁ ଆସିଯାଏ । ଏଥିରେ ଆଖିର ଶୁଖିଲାପଣ ବଢିଯାଏ ଏବଂ ଆଖି ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଥାଏ ।

୨୦-୨୦-୨୦ ଫର୍ମୁଲା ଆପଣାନ୍ତୁ :

ଆଖିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ ୨୦-୨୦-୨୦ ଫର୍ମୁଲାକୁ ଆପଣାନ୍ତୁ । ଏହାର ଅର୍ଥ ୨୦ ମିନିଟ୍ ପର୍ଯ୍ୟନ୍ତ ଫୋନକୁ ବ୍ୟବହାର କରନ୍ତୁ ନାହିଁ । ଏହାପରେ ୨୦ ସେକେଣ୍ଡ ଅଟକି ଯାଆନ୍ତୁ । ଫୋନ୍ ତଥା ଡେସ୍କଟପରୁ ନଜର ହଟାଇ ଆଣନ୍ତୁ । ଟି.ଭି ତଥା କୌଣସି ସ୍କ୍ରିନରୁ ୨୦ ଫୁଟ୍ ଦୂରତାରେ ରୁହନ୍ତୁ ।

ମୋବାଇଲରୁ ବାହାରୁଥିବା ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍ ତରଙ୍ଗ ସ୍ୱାସ୍ଥ୍ୟ ପାଇଁ ଖୁବ୍ ବିପଦକର । ଏଥିରୁ ବାହାରୁଥିବା ରେଡିଏସନ୍ କାରଣରୁ କ୍ୟାନ୍ସର ଭଳି ରୋଗ ହୋଇଥାଏ । ମୋବାଇଲ୍ ଫୋନ୍ ଏବଂ ଟାୱାରରୁ ବାହାରୁଥିବା ରେଡିଏସନ୍ ଦ୍ୱାରା ନପୁଂସକତା ଏବଂ ବ୍ରେନ୍ ଟ୍ୟୁମର ଭଳି ରୋଗ ହୋଇଥାଏ ।

ଜାଣନ୍ତୁ ଏହି ବିପଦରୁ କିଭଳି ରକ୍ଷା ପାଇବେ :

୧. ଯେତେବେଳେ ଆପଣଙ୍କ ଫୋନରେ ପୁରା ସିଗନାଲ୍ ଥିବ ସେତେବେଳେ ଫୋନ୍ ବ୍ୟବହାର କରନ୍ତୁ । ସିଗନାଲ୍ କମ୍ ହେଲେ ଏହା ରେଡିଏସନ୍ ହୋଇ ଆଖିରେ ପଡିଥାଏ ।

୨. ପ୍ୟାଣ୍ଟ୍ ଆଗ ପକେଟରେ ଫୋନ୍ ରଖନ୍ତୁ ନାହିଁ । ଏଥିରେ ନପୁଂସକତା ଭଳି ସମସ୍ୟା ଦେଖାଦେଇପାରେ । ଏହାଛଡା ଏହାକୁ ହୃଦୟ ପାଖରେ ଏବଂ କିମ୍ବା ତକିଆ ତଳେ ଆଦୌ ରଖିବାର ଭୁଲ୍ କରନ୍ତୁ ନାହିଁ । ତକିଆ ତଳେ ରଖିବା ଦ୍ୱାରା ଆପଣ ଭୁଲାପଣର ଶିକାର ମଧ୍ୟ ହୋଇପାରନ୍ତି । ଏହାଛଡା ଫୋନ୍ ଅଧିକ ଗରମ ହେଲେ ମଧ୍ୟ ନିଆଁ ଲାଗିଯିବାର ସମ୍ଭାବନା ବଢିଯାଏ । ଏଥିପାଇଁ ଇୟରପୋନ୍ ବ୍ୟବହାର କରିପାରନ୍ତି । ଅଧିକ ଫୋନରେ କଥା ନହୋଇ ମେସେଜରେ କଥା ହେବାକୁ ଚେଷ୍ଟା କରନ୍ତୁ ।