ୱାଇଫାଇ ଦ୍ୱାରା ଆପଣଙ୍କର ସ୍ମାର୍ଟ ଫୋନ ହୋଇପାରେ ହ୍ୟାକ ! ତେବେ ଏପରି ଭାବରେ ନିଜର ମୋବାଇଲକୁ ରଖନ୍ତୁ ସୁରକ୍ଷିତ

ଆଜିକାଲି ବିଭିନ୍ନ ସହରରେ ମାଗଣାରେ ୱାଇଫାଇ ମିଳୁଛି

82

କନକ ବ୍ୟୁରୋ : ୱାଇଫାଇ ହାକିଂ ବର୍ତମାନ ସମୟରେ ଅନେକ ପ୍ରକାରରେ ହେଉଛି । ସାଧାରଣ ଭାବରେ ଆମେ ଯେଉଁ ମୋବାଇଲ ବ୍ୟବହାର କରିଥାଉ ଅନେକ ସମୟରେ ଚିହ୍ନା ଲୋକଙ୍କର କୌଣଶି ସମୟରେ ଯଦି ନେଟ ଦରକାର ହୁଏ । ତେବେ ଆମେ ମାନେ ତାଙ୍କୁ ଆମ ମୋବାଇଲରେ ଥିବା ୱାଇଫାଇ ଦ୍ୱାରା ତାଙ୍କ ମୋବାଇଲକୁ ଦେଇଥାଉ । ଏହାପରେ ତାଙ୍କ ମୋବାଇଲରେ ଆମ ମୋବାଇଲ ଫୋନର ନେଟ କନେକ୍ଟ ହୋଇଗଲା । ଏହାପରେ ସମ୍ପୃକ୍ତ ବ୍ୟକ୍ତି ଚାହିଁଲେ ସେ ଆପଣଙ୍କ ମୋବାଇଲରେ ଥିବା ଡିଭାଇସ ସିଷ୍ଟମ ପାଖରେ ପହଚିଂପାରିବ । ଏହାସହ ଆଜିକାଲି ବିଭିନ୍ନ ସହରରେ ମାଗଣାରେ ୱାଇଫାଇ ମିଳୁଛି ।

 

ତେଣୁ ଉପଭୋକ୍ତାମାନେ ତାହାର ଫାଇଦା ଉଠାଇବା ପାଇଁ ବିନା ପାସୱାର୍ଡ ବାଲା ୱାଇଫାଇ ବ୍ୟବହାର କରନ୍ତି । ଏହାପରେ ସମସ୍ତ ତଥ୍ୟ ସେହି କମ୍ପାନୀକ କର୍ମଚାରୀମାନେ ଜାଣିପାରନ୍ତି । ଡାଟା ପେକଟସ ଦ୍ୱାରା ଟ୍ରାନ୍ସଫର ହେଉଛି । ଏହାପରେ ସମସ୍ତ ତଥ୍ୟ ସେହିମାନେ ଜାଣିପାରୁଥିବା ସୂଚନା ମିଳିଛି । ୱାଇଫାଇ ହ୍ୟାକ କରିବା ପାଇଁ ଅଧିକ ସମୟ ମଧ୍ୟ ଲାଗୁନଥିବା ଜଣାପଡିଛି । ଅନେକ ସମୟରେ ବିଭିନ୍ନ ସ୍ଥାନରେ ବିନା ପାସୱାର୍ଡରେ ନେଟର ସୁବିଧା ମିଳିଥାଏ । ତେଣୁ ଲୋକମାନେ ସହି ସ୍ଥାନରେ ବସି ନେଟ ବ୍ୟବହାର କରିବା ପାଇଁ ଇଚ୍ଛା କରନ୍ତି । ଅଥଚ ସେମାନେ ଜାଣିନାହାନ୍ତି କି ଏହାରି ମାଧ୍ୟମରେ ସେମାନଙ୍କ ମୋବାଇଲ ହ୍ୟାକ ମଧ୍ୟ ହୋଇପାରେ ।

ତେଣୁ ଆପଣ ମଧ୍ୟ ଅନ୍ୟର ରାଉଡରକୁ ଲକ କରିପାରିବେ । ଯଦି ଏହା କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ନିଜେ ବ୍ୟବହାର କରୁଥିବା ମୋବାଇଲ ୱାଇଫାଇ ନିଜ ମୋବାଇଲର ରାଡାରରେ କନେକ୍ଟ କରିବା ପାଇଁ ପଡିବ । ଏହାପରେ ଫିଙ୍ଗ ଆପ ଡାଉନଲୋଡ କରିବା ପାଇଁ ପଡିବ । ଯଦି ଆପଣଙ୍କ ଆପଲ ଫୋନ ହୋଇଥିବ ତେବେ ଆପଣଙ୍କୁ ତାହା ଡାଉନଲୋଡ କରିବା ପାଇଁ ପଡିବ ନାହିଁ । ଏହାପରେ ହୋମସ୍କ୍ରିନରେ ୱାଇଫାଇ କନେକ୍ଟ ହୋଇପାରିବ । ଏହାପରେ ରିଫ୍ରେସ ଅପସନକୁ ଯାଇ ତାହା ଉପରେ ଲଗଅନ କରନ୍ତୁ ଏହାପରେ ୱାଇଫାଇ କନେକ୍ଟ ହୋଇଯିବ । ଏହାସହ ଆପଣ ଜାଣିପାରିବେ ଆପଣଙ୍କ ମୋବାଇଲ ସହ ଅନ୍ୟ କେଉଁଠାରେ ଏହା କନେକ୍ଟ ହୋଇଛି । ଏହି ପରି ଭାବରେ ଆପଣ ଲଗଅନ କରିପାରିବେ ।