ଟଏଲେଟ୍ ସିଟରୁ ୧୦ ଗୁଣ ଅଧିକ ଅପରିଷ୍କାର ଆପଣଙ୍କ ସ୍ମାର୍ଟଫୋନ୍ ! ୧୭ ହଜାର ବ୍ୟାକ୍ଟେରିଆଙ୍କୁ ଜାବୁଡ଼ି ଧରିଥାଏ ମୋବାଇଲ୍ ..
ସ୍ମାର୍ଟଫୋନ୍ ବ୍ୟବହାର କଲା ବେଳେ କେବେ ଚିନ୍ତା କରିଛନ୍ତି କି ଆପଣଙ୍କ ଫୋନରେ କେତେ ବ୍ୟାକ୍ଟେରିଆ ଆଡ୍ଡା ଜମାଇ ବସିଛନ୍ତି? ରିପୋର୍ଟ ମୁତାବକ , ବ୍ୟବହୃତ ଟଏଲେଟ୍ ସିଟରୁ ଅଧିକ ଅପରିଷ୍କାର ଆପଣଙ୍କ ସ୍ମାର୍ଟଫୋନର ସ୍କ୍ରିନ୍ । ଲେଖଟି ପଢି ଅଜବ ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ଶତପ୍ରତିଶତ ସତ ଆଜ୍ଞା । ବୈଜ୍ଞାନିକ ଗବେଷଣା କରି ଏହାକୁ ପ୍ରମାଣ ମଧ୍ୟ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସ୍ମାର୍ଟଫୋନକୁ ଆପଣ କେଉଁଠି କେଉଁଠି ବ୍ୟବହାର କରନ୍ତି? ଖାଇବା ସମୟରେ ବେଳେବେଳେ ଷ୍ଟ୍ରଲ୍ କରୁ କିମ୍ବା ଟଏଲେଟ୍ ସିଟରେ ବସି ମଧ୍ୟ କିଛି ଲୋକ ମୋବାଇଲ୍ ବ୍ୟବହାର କରନ୍ତି । କିଛି କାମକୁ ବାଦ୍ ଦେଲେ ଅନ୍ୟ ସବୁକ୍ଷେତ୍ରରେ ସ୍ମାର୍ଟଫୋନ୍ ଆମ ସାଙ୍ଗରେ ଥାଏ । ଆମ ନିତିଦିନିଆ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଲାଣି ଏହି ସ୍ମାର୍ଟଫୋନ୍ । କହିବାକୁ ଗଲେ, ଶରୀରର ଏକ ଅଙ୍ଗ ହୋଇଗଲାଣି ମୋବାଇଲ୍ । କିନ୍ତୁ କେବେ ଭାବିଛନ୍ତି ଏହି ସ୍ମାର୍ଟଫୋନକୁ ସାଙ୍ଗ କରୁକରୁ ଆମେ ଶରୀରକୁ ଅବହେଳା କରୁନାହୁଁ ତ? ମୋବାଇଲ୍ ଡିଭାଇସରେ କେତେ ବ୍ୟାକ୍ଟେରିଆ ଘର କରି ରହିଛନ୍ତି ଏହାର ଅନୁମାନ ଆପଣଙ୍କ ଭାବନାଶକ୍ତିରୁ ମଧ୍ୟ ଅଧିକ । ଶୁଣିବେ ଯଦି ଆଉ ସ୍ମାର୍ଟଫୋନକୁ ମୁହଁ ପାଖକୁ ନେବାକୁ କିମ୍ବା ହାତରେ ଧରିବାକୁ ଡ଼ରିବେ ।
ଆପଣଙ୍କ ହ୍ୟାଣ୍ଡସେଟ୍ ବ୍ୟାକ୍ଟେରିଆଙ୍କ ବ୍ରିଡିଙ୍ଗ୍ ଗ୍ରାଉଣ୍ଡ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏରିଜୋନା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ , ଟଏଲେଟ୍ ସିଟ୍ ଠାରୁ ୧୦ ଗୁଣା ଅଧିକ ଅପରିଷ୍କାର ହେଉଛି ସ୍ମାର୍ଟଫୋନ୍ । ୧୭ ହଜାର ବ୍ୟାକ୍ଟେରିଆଙ୍କୁ ନିଜ ସ୍କ୍ରିନରେ ଜାବୁଡ଼ି ଧରିଥାଏ ହ୍ୟାଣ୍ଡସେଟ୍ । ତେଣୁ ଏଥିରୁ ବଂଚିବା ପାଇଁ ପ୍ରତିଦିନ ନିଜ ମୋବାଇଲକୁ ସଫା କରନ୍ତୁ । ବଜାରରେ ମୋବାଇଲ୍ ସଫା କରିବା ୟୁଭି ଲାଇଟ୍ ଯୁକ୍ତ ବିଭିନ୍ନ ପ୍ରକାର ପ୍ରଡକ୍ଟ ଉପଲବ୍ଧ ରହିଛି , ଯାହା ବ୍ୟାକ୍ଟେରିଆଙ୍କୁ ମାରିଥାଏ । ଭୁଲରେ ବି ପାଣିରେ ମୋବାଇଲ୍ ସଫା କରନ୍ତୁ ନାହିଁ । ସ୍ମାର୍ଟଫୋନ୍ ସାନିଟାଇଜେସନ୍ ପାଇଁ ଫୋନ୍ କ୍ଲିନିଙ୍ଗ୍ କିଟ୍ ମାଧ୍ୟମରେ ସଫା କରନ୍ତୁ ।