ଶିକ୍ଷାର ମାନ ବୃଦ୍ଧି କରିବ ସ୍ମାର୍ଟ ସ୍କୁଲ: ଗଂଜାମରେ ୮୩ଟି ସ୍କୁଲ ଉନ୍ମୋଚିତ, ସ୍ମାଟ୍ କ୍ଳାସ ରୁମ ସହ ମିଳିବ ଅତ୍ୟାଧୁନିକ ସେବା

83

କନକ ବ୍ୟୁରୋ: ଶିକ୍ଷାର ମାନ ବୃଦ୍ଧି କରିବା ସ୍ମାର୍ଟ ସ୍କୁଲ । ଛାତ୍ରଛାତ୍ରୀଙ୍କ ଉତମ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ୫ଟି ଯୋଜନାରେ ପୁରୁଣା ସ୍କୁଲର ରୂପ ବଦଳାଉଛନ୍ତି । ସ୍ମାର୍ଟ ସ୍କୁଲ କରୁଛନ୍ତି । ଗଂଜାମ ଜିଲ୍ଲାରେ ୧୩୩ଟି ସ୍ମାଟ୍ ସ୍କୁଲକୁ ସ୍ମାର୍ଟ ସ୍କୁଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ହିଜିଂଳିରେ ୫୦ଟି ସ୍ମାଟ୍ ସ୍କୁଲ ଉନ୍ମୋଚନ କରଯାଇଥିବା ବେଳେ ଗତକାଲି ଭରଚୁଆଲରେ ଆଉ ୮୩ଟି ସ୍କୁଲର ଉନ୍ମୋଚନ କାର୍ଯ୍ୟ ଶେଷ ହୋଇଛି ।

ସ୍ମାର୍ଟ ସ୍କଲର ସ୍ମାର୍ଟ କ୍ଲାସରୁମ୍ରେ ବସି ପାଠପଢିବେ ଛାତ୍ରଛାତ୍ରୀ । ସମଗ୍ର ରାଜ୍ୟରେ ୫ଟି ଯୋଜନାରେ ପୁରୁଣା ସ୍କୁଲର ରୂପ ବଦଳୁଛି । ସ୍ମାର୍ଟ ସ୍କୁଲ କରୁଛନ୍ତି ସରକାର । ଏହି ଯୋଜନାରେ ଗଂଜାମ ଜଲ୍ଲାର ୧୩୩ଟି ସ୍ମାର୍ଟ ସ୍କୁଲର ଶୁଭ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗରୁ ୫୦ ସ୍କଲ ଉନ୍ମୋଚିତ ହୋଇସିରିଥିବା ବେଳେ ମଙ୍ଗଳବାର ଦିନ ଆଉ ୮୩ ସ୍ମାର୍ଟ ସ୍କୁଲ ହୋଇଛି । ରଙ୍ଗେଇଲୁଣ୍ଡା ବ୍ଲକ ଅଂଚଳରେ ୯ଟି ସ୍ମାର୍ଟ ସ୍କୁଲ ହୋଇଛି । ସେହିଭଳି ଆସିକା, ଧରାକୋଟ, କୁକୁଡାଖଣ୍ଡିରେ ୫ଟି, ବ୍ରହ୍ମପୁରରେ ୪ଟି ଓ ବେଗୁନିଆପଡ଼ା, ବେଲଗୁଣ୍ଠା, ଭଂଜନଗର, ବୁଗୁଡ଼ା, ଛତ୍ରପୁର, ଚିକିଟି, ଦିଗପହଣ୍ଡି, ଗଂଜାମ, ଜଗନ୍ନାଥପ୍ରସାଦ, କବିସୂର୍ଯ୍ୟନଗର, ଖଲିକୋଟ, ପ୍ରାତପୁର , ପୋଲସରା, ପୁରୁଷୋତମପୁର ଓ ସୋରଡ଼ାରେ ୩ଟି ପୁରୁଣା ସ୍କୁଲ ଚିତ୍ର ବଦଳିଯାଇଛି ।

ଦ୍ୱୀତିୟ ପର୍ଯ୍ୟାୟରେ ଆଉ ୨୩୩ ଗୋଟି ବିଦ୍ୟାଳୟର ସୁଭାରମ୍ଭ କରାଯିବ ବୋଲି ସରକାର ତରଫରୁ ସୂଚନା ଦିଆଯାଇଛି । ସ୍କାଟ୍ ସ୍କୁଲରେ ସ୍ମାଟ୍ କ୍ଳାସ ରୁମ ସହ , ଇ-ଲଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, କମ୍ପୁଟର ଲ୍ୟାବ୍, ସ୍ୱଚ୍ଛ ଶ÷ାଚାଳୟ, ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ସୁସଜିତ ଖେଳ ପଡ଼ିଆ ଶୈଖିକ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଗଂଜାମ ଜିଲ୍ଲାରେ ୧୩୩ ଟି ସ୍ମାଟ୍ ବିଦ୍ୟାଳୟ କାର୍ଯ୍ୟାକ୍ଷମ ହୋଇସାରିଥିବା ବେଳେ ଆଗାମି ଦିନରେ ଆହୁରି ୨୩୩ଟି ବିଦ୍ୟାଳୟକୁ ଏହି ସ୍ମାଟ୍ ବିଦ୍ୟାଳୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।