ଆଖିର ଜଳୀୟ ଅଂଶ କମିବାରେ ମୁଖ୍ୟ କାରଣ ହେଉଛି ସ୍ମାର୍ଟଫୋନ ! ଦେଶରେ ବୃଦ୍ଧି ପାଉଛି ଆଇଡ୍ରପର ବିକ୍ରି

43

କନକ ବ୍ୟୁରୋ : ଭାରତରେ ଦିନକୁ ଦିନ ସ୍ମାର୍ଟଫୋନର ବିକ୍ରି ବଢ଼ିବାରେ ଲାଗିଛି । ୨୦୧୮ରେ ପ୍ରାୟ ୪୨ଲକ୍ଷରୁ ଅଧିକ ସ୍ମାର୍ଟଫୋନର ବିକ୍ରି ହୋଇ ସାରିଛି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟବହାର ବଢ଼ିବାରୁ ଦେଶ ଡ଼ିଜିଟାଲ ହେଉଛି ସତ କିନ୍ତୁ ତାହାର ଖରାପ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ୁଛି । ମେଡ଼ିକାଲ ବିଶେଷଜ୍ଞଙ୍କ କହିବା ଅନୁଯାୟୀ,୪ ବର୍ଷ ହେଲାଣି ଦେଶରେ ଆଖିରେ ପକା ଯାଉଥିବା ଆଇଡ୍ରପ୍ର ବିକ୍ରି ୫୪ ପ୍ରତିଶତ ବଢ଼ିଛି । ଅଧିକ ସ୍ମାର୍ଟଫୋନ ବ୍ୟବହାର ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ସ୍ମାର୍ଟଫୋନରୁ ବାହାରୁ ଥିବା ନୀଳ ରଶ୍ମୀ ଆଖି ଉପରେ ପଡ଼ି ଦୃଷ୍ଟିଶକ୍ତିକୁ କମ କରାଉଛି । ୨୦-୩୦ବର୍ଷର ପିଲାମାନଙ୍କ ପାଖରେ ଆଖିବିନ୍ଧା,ମୁଣ୍ଡବିନ୍ଧା,ଠିକ ଭାବରେ ନ ଦେଖାଯିବା,ବେକ ଏବଂ କାନ୍ଧରେ ଯନ୍ତ୍ରଣାର ସମସ୍ୟା ଦେଖା ଯାଉଛି । ୧୦ଜଣ ଆଖିର ସମସ୍ୟା ନେଇ ଆସୁଥିବା ବେଳେ ୭ ଜଣଙ୍କ ପାଖରେ ଡ଼ିଜିଟାଲ ଭିଜନ ସିନଡ୍ରମ ଦେଖିବାକୁ ମିଳୁଛି । ଆଖିର ସମସ୍ୟା ନେଇ ଆସୁଥିବା ରୋଗୀମାନଙ୍କ ପାଖରେ ଆଖି ଭିତରର ପାଣି ଶୁଖି ଯାଇଥିବା ଦେଖିବାକୁ ମିଳୁଛି । ଏହି ସମସ୍ୟା ୨୦-୩୦ବର୍ଷ ବୟସ୍କଙ୍କ ମଧ୍ୟରେ ଦେଖାଯାଇଥିବା ଜଣାପଡ଼ିଛି ।