କନକ ବ୍ୟୁରୋ: ମହଙ୍ଗା ପଡିଲା ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଛାଡିବା । ନିଲମ୍ବିତ ହେଲେ ମାଟ୍ରିକ୍ ପରୀକ୍ଷା ଦାୟିତ୍ୱରେ ଥିବା ଅଧୀକ୍ଷକ ଓ ପରୀକ୍ଷା ନିରୀକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ବିଦ୍ୟାଳୟରେ । ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ଅନିୟମିତା ନେଇ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ପରୀକ୍ଷା ନିରୀକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ପୁରୀ ଜିଲ୍ଲା ଶିକ୍ଷାଧିକାରୀ । ପରୀକ୍ଷା କେନ୍ଦ୍ରରେ ଯାଞ୍ଚ ବେଳେ ଜଣେ ଛାତ୍ରୀଙ୍କଠାରୁ ଏକ ମୋବାଇଲ ଜବତ ହୋଇଥିଲା । ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷା ଅନିୟମିତତା ଅଭିଯୋଗରେ ୩ ଜଣଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।

Advertisment