ଏବେ ସ୍ମାର୍ଟଫୋନ ରଖିବ ରକ୍ତ ପ୍ରବାହ ଉପରେ ନଜର : ହୃଦୟ ଜନିତ ସମସ୍ୟାକୁ କରିବ ଦୂର

48

କାନାଡାର ଓଟାୱା ୟୁନିଭର୍ସିଟିର ଏକ ଗବେଷକ ଦଳ ମନୁଷ୍ୟ ଶରୀରରେ ରକ୍ତ ପ୍ରବାହକୁ ଯାଂଚ କରିବା ପାଇଁ ଏକ ସ୍ମାର୍ଟଫୋନ ଆପ ବିକସିତ କରିଛନ୍ତି । ହୃଦୟରେ ସାମନ୍ୟ ରକ୍ତ ପ୍ରବାହକୁ ଫେରାଇ ଆଣିବା ପାଇଁ ସର୍ଜରୀର ଆବଶ୍ୟକତା କରୁଥିବା ଲୋକଙ୍କ ମାମଲାରେ ଏହି ପ୍ରାୟୋଗିକ ସ୍ମାର୍ଟଫୋନ ଆପ ରକ୍ତ ପ୍ରବାହର ସଠିକ୍ ଅନୁମାନ ଲଗାଇପାରିବ । ଯଦ୍ୱାରା ଡାକ୍ତରକୁ ଚିକିତ୍ସା ସମ୍ବନ୍ଧିତ ନିର୍ଣ୍ଣୟ ନେବାରେ ସାହାଯ୍ୟ ମିଳେ । ଏହି ପ୍ରକାରରେ ଆପ ରକ୍ତ ପ୍ରବାହକୁ ମାପିବାର ପାରମ୍ପରିକ ଉପାୟର ଏକ ବିକଳ୍ପ ସାବ୍ୟସ୍ତ ହୋଇପାରିବ ।

ରକ୍ତ ପ୍ରବାହର ଯାଂଚ କରିବାରେ ୯୪ ପ୍ରତିଶତ ସଠିକ ସାବ୍ୟସ୍ତ ହେଲା ଏହି ମୋବାଇଲ ଆପ । ଗବେଷକ ଦଳର ମୁଖ୍ୟ ବେଞ୍ଜାମିନ ହିବର୍ଟ କହିଛନ୍ତି କି ସ୍ମାର୍ଟଫୋନର ବ୍ୟାପକ ଭାବରେ ଉପଲବ୍ଧ ହେଉଥିବାରୁ ମେଡିକାଲ ସେକ୍ଟରରେ ବି ଏହାର ବହୁତ ବ୍ୟବହାର ହୁଏ । ଏହି ଆପକୁ ସ୍ମାର୍ଟଫୋନର କ୍ୟାମେରାର ବିଶେଷ ସଫ୍ଟୱେର ବା ଫୋଟୋଡାୟୋଡ ସେନ୍ସର ସହିତ ଉପଯୋଗ କରାଯାଏ । ଏହା ଦ୍ୱାରା ରକ୍ତ ପ୍ରବାହରେ ହୋଇଥିବା ପରିବର୍ତ୍ତନର ସହଜରେ ଜଣା ପଡିଯାଏ । ଏହି ରିସର୍ଚ୍ଚରେ ସାମିଲ କରାଯାଇଥିବା ପାଖାପାଖି ୪୩୮ଟି ରୋଗୀଙ୍କ ରକ୍ତ ପ୍ରବାହର ଯାଂଚକୁ ଏହି ଆପ ଦ୍ୱାରା କରାଗଲା ଓ ଏହାର ଫଳାଫଳ ସନ୍ତୋଷଜନକ ଥିଲା । ଅର୍ଥାତ ସ୍ମାର୍ଟ ଆପର ଫଳାଫଳ ୯୪ ପ୍ରତିଶତ ସଠିକ ହେଲା ଯେବେକି ପାରମ୍ପରିକ ଏଲେନ ଟେଷ୍ଟ ୮୪ ପ୍ରତିଶତ ପର୍ଯ୍ୟନ୍ତ ହିଁ ସଠିକ ମିଳିଲା ।

ଏଲେନ ଟେଷ୍ଟ ପରିବର୍ତ୍ତେ ଏହି ଆପର ବ୍ୟବହାର ଶସ୍ତା ଉପାୟରେ ହୋଇପାରିବ । ଯେଉଁ ରୋଗୀଙ୍କ ଠାରେ ସାମାନ୍ୟ ରକ୍ତ ପ୍ରବାହକୁ ବଜାୟ ରଖିବା ପାଇଁ ସର୍ଜରୀ ବା ଏଂଜିଓଗ୍ରାଫିର ଆବଶ୍ୟକତା ପଡେ, ସେମାନଙ୍କ ଠାରେ ପାରମ୍ପରିକ ରୂପରେ ଏଲେନ ଟେଷ୍ଟର ଉପଯୋଗ କରାଯାଏ । ଯେଉଁଠି ହାତର ରକ୍ତ ପ୍ରବାହକୁ ରୋକାଯାଏ, ଯେପର୍ଯ୍ୟନ୍ତ ତାହା ଧଳା ହୋଇନଯାଇଛି । ଏହାବାଦ ମୁଖ୍ୟ ଧମନୀ ମଧ୍ୟରୁ ଗୋଟାଏ ଉପରେ କମ ଚାପ ଦେଇ ଏହା ଦେଖାଯାଏ କି ହାତ ପୁଣି ଥରେ ଗୋଲାପି ଦେଖାଯାଉଛି କି ନାହିଁ । ଏମିତି ହେଲେ ଜଣାଯାଏ କି ରୋଗୀ ଶରୀରର ଧମନୀ ସୁସ୍ଥ ଅଛି । ଏହି ନୂଆ ମୋବାଇଲ ଆପ ସମ୍ପର୍କିତ ତଥ୍ୟ କାନାଡାର ମେଡିକାଲ ଆସୋସିଏସନ ଜର୍ନଲର ରିପୋର୍ଟରେ ପ୍ରକାଶିତ ହୋଇଛି ।