ସ୍ମାର୍ଟ ହେଲମେଟ ତିଆରି କଲେ ସୁନ୍ଦରଗଡ଼ ଯୁବକ : ମଦ ପିଇଥିଲେ କିମ୍ବା ହେଲମେଟ ପିନ୍ଧି ନଥିଲେ ଷ୍ଟାର୍ଟ ହେବନି ଗାଡ଼ି

Advertisment
ସ୍ମାର୍ଟ ହେଲମେଟ ତିଆରି କଲେ ସୁନ୍ଦରଗଡ଼ ଯୁବକ : ମଦ ପିଇଥିଲେ କିମ୍ବା ହେଲମେଟ ପିନ୍ଧି ନଥିଲେ ଷ୍ଟାର୍ଟ ହେବନି ଗାଡ଼ି

ମଦ ପିଇ ଗାଡି ଚଳାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ଏଣିକି ଆଉ ମଦ ପିଇ କିମ୍ବା ବିନା ହେଲମେଟ୍ ରେ ଗାଡି ଷ୍ଟାର୍ଟ କଲେ, ଆଉ ଷ୍ଟାର୍ଟ ହେବ ନାହିଁ ଗାଡି । ଏଭଳି କି କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ବାଇକ ଆରୋହୀଙ୍କ ଘର ନମ୍ବର ତଥା ଆପଣଙ୍କ ମୋବଇଲରେ ଫିଡ କରିଥିବା ୧୬ ଜଣଙ୍କ ପାଖକୁ ମେସେଜ ସହିତ କେଉଁ ସ୍ଥାନରେ ଆକସିଡେଣ୍ଟ ହୋଇଛି ସେହି ସ୍ଥାନର ଲୋକେସନ ମଧ୍ୟ ତୁରନ୍ତ ପହଚିଂ ଯିବ । ସେହିଭଳି ଚୋର ବାଇକ୍ ଚୋରି କରିବାକୁ ହେଲେ ପ୍ରଥମେ ଆପଣଙ୍କର ଉକ୍ତ ହେଲମେଟକୁ ଖୋଜିବାକୁ ପଡିବ । ଏହିଭଳି କିଛି ଉନ୍ନତ ମାନର ହେଲମେଟ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ସୁନ୍ଦରଗଡର ଯୁବକ ସଞ୍ଜୟ ନାୟକ ।

publive-image

ସଞ୍ଜୟ ନାଏକଙ୍କ ଘର ସୁନ୍ଦରଗଡ ଜିଲ୍ଲା ଦର୍ଲିପାଲି ସାହାଜ ବାହଲ ଅଚଂଳର । ସେ ବର୍ତ୍ତମାନ ଛତିଶଗଡ କାକେଂ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଆଜିକା ଦିନରେ ଅହେତୁକ ସଡକ ଦୁର୍ଘଟଣାକୁ ନଜରେ ରଖି ଦୀର୍ଘ ୩ ବର୍ଷ କସରତ କଲାପରେ ସେ ତିଆରି କରିଛନ୍ତି ଏହି ସ୍ମାର୍ଟ ହେଲମେଟ୍ ।

publive-image

ଏହି ସ୍ମାର୍ଟ ହେଲମେଟର ବିଶେଷତ୍ୱ--

() ଏଥିରେ ଜିପିଏସ, ଆଲକହଲ ସେନସର,ସହ ଅନେକ ଯନ୍ତ୍ରାଶଂ ର ବ୍ୟବହାର କରାଯାଇଛି ।

() ହେଲମେଟ୍ ନପିନ୍ଧିଲେ ଗାଡି ଷ୍ଟାର୍ଟ ହେବ ନାହିଁ । ଗାଡି ଷ୍ଟାର୍ଟ କରି ହେଲମେଟ୍ କାଢ଼ିଦେଲେ ଗାଡି ଆପେ ବନ୍ଦ ହୋଇଯିବ ।

() ସେହିଭଳି ଏହି ହେଲମେଟକୁ ଆପଣ ପିନ୍ଧିବା କ୍ଷଣି ଯଦି ମଦର ବାସ୍ନା ଆସେ ତାହା ହେଲେ ଏଥିରେ ଲାଗିଥିବା ଆଲକହଲ ସେନସର ମାଧ୍ୟମରେ ଧରପଡିଯିବ ଓ ଗାଡି ଷ୍ଟାର୍ଟ ହେବ ନାହିଁ ।

() ଏହି ହେଲମେଟ୍ ଜିପିଏସରେ ସବୁ ସମୟରେ ଆପଣଙ୍କର ଘର ଲୋକ ତଥା ବନ୍ଧୁ, ପୋଲିସ ସହ ୧୬ଟି ନମ୍ବର ଆପଣଙ୍କ ମୋବଇଲ ମାଧ୍ୟମରେ ଫିଡ୍ ହୋଇ ରହିଥାଏ ।

() ଯଦି ଆପଣ ଗଡି ଚଳାଇ ଯାଉଥିବା ସମୟ ରେ କୌଣସି ସ୍ଥାନରେ ଦୁର୍ଘଟଣା ଘଟେ ତାହେଲେ ଜିପିଏସରେ ସେଭ୍ ଥିବା ୧୬ ଟି ନମ୍ବରକୁ ତୁରନ୍ତ ଖବର ଯାଇଥାଏ ।

() ସେହିଭଳି ଯଦି ଆପଣଙ୍କ ବାଇକ୍ ଆପଣ କାହାକୁ ଦେଇଛନ୍ତି ତାହା ହେଲେ ସେ ବାଇକ କେଉଁ ସ୍ଥାନରେ ଅଛି ତୁରନ୍ତ ଜଣାପଡିଯିବ ।

() ଆଉ ସବୁଠୁ ବଡକଥା ହେଲା ଚୋର ଏହି ବାଇକକୁ ଚୋରି କରି ପାରିବ ନାହିଁ । କାରଣ ବାଇକ୍ ଚୋରି କରିବାକୁ ହେଲେ ଚୋରକୁ ପ୍ରଥମେ ହେଲମେଟ୍ ଚୋରି କରିବାକୁ ପଡିବ ତାପରେ ଯାଇ ବାଇକ ଷ୍ଟାର୍ଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe