ବୟସ ଛୋଟ ବୁଦ୍ଧି ପ୍ରଖର: ଶହଶହ ଜଣାଅଜଣା ପ୍ରଶ୍ନର ଉତର ରଖୁଛନ୍ତି ବାଲିଅନ୍ତାରେ କୁନି ଝିଅ ସାଇନା; ରାଜ୍ୟରୁ ଦେଶ, ରାଜନୀତିର ସଂସ୍କୃତି, ସବୁ ପ୍ରଶ୍ନର ଉରତ ରଖୁଛି ୪ ବର୍ଷର ଝିଅ

499

କନକ ବ୍ୟୁରୋ: କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ସାଇନା ଦାସ । ମାତ୍ର ୪ବର୍ଷ ବୟସରେ ଠିକ୍ ସେ କଥା କହିପାରୁନଥିବା ଏହି ଝିଅ ଦେଉଛି ଶହଶହ ପ୍ରଶ୍ନର ଉତର । ଯେକୌଣସି ବିଷୟରେ ପାଟିରୁ କଥା ନସରୁଣୁ ଦେଇ ଦେଉଛି ଉତର ।

କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ସାଇନା ଦାସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ପଂଚାୟତ ରାମଚନ୍ଦ୍ରପୁର ଗାଁର ବିଶ୍ୱରଞ୍ଜନ ଦାସଙ୍କ ଝିଅ ହେଉଛି ସାଇନା । ମାତ୍ର ୪ବର୍ଷ ବୟସରେ ଖନେଇ ଖନେଇ କଥା କହୁଥିବା ଏହି ଝିଅ ନିକଟରେ ରହିଛି ବଚିକ୍ଷଣ ପ୍ରତିଭା । ଯେକୌଣସି ବିଷୟରେ ପ୍ରଶ୍ନ ପଚାରିବା ମାତ୍ରେ ପାଟିରୁ କଥା ନସରୁଣୁ ମିଳିଯାଉଛି ଫଟାଫଟ୍ ଉତର । ଧର୍ମଗ୍ରନ୍ଥ ଠୁ ଆରମ୍ଭ କରି ପୁରୁଣା, ସଂସ୍କୃତି, ସାଧାରଣଜ୍ଞାନ, ଜଣା ଅଜଣା ଭଳି ସବୁ ପ୍ରଶ୍ନର ଉତର ମନେ ରଖିଛି ଏହି କୁନି ଝିଅ ।

କୋମଳମତି ବୟସରୁ ଏତେ ବିଚିଷଣ ପ୍ରତିଭା ଦେଖିବାକୁ ମିଳିଛି ତାଙ୍କ ନିକଟରେ । ତେବେ ସାଇନାର ପ୍ରଖର ସ୍ମରଣଶକ୍ତି ବିଷୟରେ ଜାଣିବାକୁ ପାଇଥିଲେ ତାଙ୍କ ମା ସୁଜାତ ଦାଶ । ପ୍ରତିଦିନ ସେ ଝିଅକୁ ପାଖରେ ବସାଇ ସକାଳ ଓ ସନ୍ଧ୍ୟାରେ ୨ ଘଂଟା ଲେଖାଏଁ ଅଜଣା କଥା ଶିଖାଇଥାନ୍ତି  । ୬ରୁ ୭ ମାସ ପରେ ଝିଅ ଏତେ ଜିନିଷ ମନେରଖିଥିବା ଜାଣିବାକୁ ପାଇଥିଲେ ମା । ଏବେ ସ।।ଇନା ୭୦୦ରୁ ଅଧିକ ଜଣା ଅଜଣା କଥା ସହ ୨୦ ରୁ ଅଧିକ ଶ୍ଲୋକ ମନେ ରଖିପାରିଛନ୍ତି । ଏତେ କୁନି ବୟସରୁ ଏତେ ପ୍ରତିଭା ଦେଖି ଗ୍ରାମବାସୀ ମଧ୍ୟ ଖୁବ୍ ପ୍ରଂଶସା କରିଛନ୍ତି ।