ଭାରତ ପାଇଁ ସୁରକ୍ଷା କବଚ ପାଲଟିବ ‘ସ୍ମାର୍ଟବାଡ’ ! ଆତଙ୍କବାଦୀ କିମ୍ବା ଅନୁପ୍ରବେଶକାରୀ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ବାଜି ଉଠିବ ଆଲାର୍ମ ଘଣ୍ଟି

26

ପାକିସ୍ତାନ ଓ ବାଂଲାଦେଶକୁ ଲାଗିଥିବା ଭାରତୀୟ ସୀମାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି ସ୍ମାର୍ଟ ବାଡ । ଏହା ନିକଟକୁ ଅନୁପ୍ରବେଶକାରୀ ଆସିବା ମାତ୍ରେ ତାହା ବିଏସଏଫର କଣ୍ଟ୍ରୋଲ ରୁମକୁ ଖବର ଦେଇଦେବ । ଆସନ୍ତା ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏହି ପ୍ରକଳ୍ପକୁ ଉଦଘାଟନ କରିବେ । ଚଳିତ ମାସ ଶେଷ ସପ୍ତାହରେ ସେ ଏହାକୁ ଉଦଘାଟନ କରିବାର ଥିଲା । ଏବେ ସେହି କାର୍ଯ୍ୟକ୍ରମରେ କିଛିଟା ପରିବର୍ତ୍ତନ କରାଯାଇଛି । ଆସନ୍ତା ୧୭ ତାରିଖରେ ରାଜନାଥ ଜାମ୍ମୁ ଓ କାଶ୍ମୀର ଗ୍ରସ୍ତରେ ଯିବେ । ସେତିକିବେଳେ ଏହି ଉଦଘାଟନ ଉତ୍ସବ ହେବ ।

ଏହି ସ୍ମାର୍ଟବାଡ ଗତ ଏପ୍ରିଲ ମାସରୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହୋଇସାରିଛି । ଆଗାମୀ ଦିନରେ ଭାରତୀୟ ସୀମାର ପ୍ରାୟ ୨୪୦୦ କିଲୋମିଟର ଲମ୍ବର ଏହି ସ୍ମାର୍ଟ ବାଡ଼ ନିର୍ମାଣ କରାଯିବାକୁ ସରକାର ଯୋଜନା କରୁଛନ୍ତି । ସୀମାନ୍ତରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ରେ ସ୍ୱୟଂଚାଳିତ ନୀରିକ୍ଷକ ଜ୍ଞାନକୌଶଳ ସହ ବଳପୂର୍ବକ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କଲେ ବିପଦ କାଳୀନ ଘଣ୍ଟି ବାଜିବା ସହ ଏହା ନିକଟତର ହେଲେ ମଧ୍ୟ ସେସମ୍ପର୍କିତ ସୂଚନା ବିଏସଏଫ୍ ପୋଷ୍ଟକୁ ପଠାଇବା ପରି ଅନେକ ଅତ୍ୟାଧୁନିକ ଓ ସ୍ୱୟଂଚାଳିତ ବ୍ୟବସ୍ଥା ରହିଛି। ତେବେ, ଦେଶର ସୁରକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ସ୍ମାର୍ଟ ତାର ବାଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥିବା ଦୃଷ୍ଟିରୁ ଏଥିରେ ଆଉ କି କି ସୁରକ୍ଷା ବ୍ୟବସ୍ଥା ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ବିଏସଏଫ୍ ମନା କରିଦେଇଛି।