ଅସଲି ଭଳି ଦେଖାଯାଉଥିବା ନକଲି ଖାଦ୍ୟ ଖାଉନାହାନ୍ତି ତ ଆପଣ ? ନିଶ୍ଚିନ୍ତ ହୋଇଯାଆନ୍ତୁ , ଏବେ ଫୋନ୍ କହିବ କେଉଁ ଖାଦ୍ୟ ଅସଲି ଏବଂ କେଉଁ ଖାଦ୍ୟ ନକଲି

202

ବଜାରରୁ କିଛି ସାମଗ୍ରୀ ଯଥା-ଖାଦ୍ୟ ସାମଗ୍ରୀ,କସମେଟିକ୍ କିମ୍ବା ଏଫଏମସିଜି ଭଳି ଆଇଟମକୁ ପ୍ୟାକ୍ କରୁଥିବା ସମୟରେ ପଛରେ ଦିଆଯାଇଥିବା ଦର,ଏକ୍ସପାଏରୀ ତାରିଖ ତଥା ସାର୍ଟିଫିକେଟ୍ ର ଡିଟେଲ୍ ଉପରେ ଭରସା କରୁଥାଉ । କିନ୍ତୁ ବଜାରରେ ଅସଲି ଦେଖାଯାଉଥିବା ସାମଗ୍ରୀ ମଧ୍ୟ ବେଳେବେଳେ ଭେଜାଲ୍ ବାହାରିଥାଏ । ଏଭଳି ସ୍ଥିତିରେ ଖାଉଟି କରିବେ ତ କରିବେ କ’ଣ? କେମିତି ଚିହ୍ନିବେ କେଉଁଟି ଅସଲି ଏବଂ କେଉଁଟି ନକଲି? ଭାରତ ସରକାର , ଏଫଏସଏସଏଆଇ ଏବେ ଏନଜିଓ ଜରିଆରେ ଏକ ଆପ୍ ପ୍ରସ୍ତୁତ କରୁଛି ଯାହାର ନାଁ ରହିଛି ‘ସ୍ମାର୍ଟ କଞ୍ଜ୍ୟୁମର୍ ଆପ୍’ । ଏହି ଆପ୍ ମାଧ୍ୟମରେ ଗ୍ରାହକ ଯେକୌଣସି ପ୍ରଡକ୍ଟର ଉଚିତ୍ ବିବରଣୀ ଜାଣିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କ’ଣ ଏହି ଆପ୍ , କିଭଳି କାମ କରିଥାଏ ଏବଂ କିଭଳି ଏହି ଆପ୍ ଅସଲି-ନକଲିକୁ ପରଖିବ ତାହା ଜାଣନ୍ତୁ ।

୧ . ସର୍ବପ୍ରଥମେ ପ୍ଲେ ଷ୍ଟୋରରୁ ସ୍ମାର୍ଟ କଞ୍ଜୁମର୍ ନାମକ ଏକ ଆପ୍ ଡାଉନଲୋଡ୍ କରନ୍ତୁ । ଧ୍ୟାନ ରଖନ୍ତୁ ଏହି ଆପ୍ ତଳେ ଜିଏସ୍ ୧ ଲେଖାଥିବ । ଯାହା ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଦୁଇଟିରେ ଉପଲବ୍ଧ ରହିଛି ।

୨ . ଏହି ଆପ୍ ପ୍ରଡକ୍ଟ ପଛରେ ଦିଆଯାଇଥିବା ବାରକୋଡ୍ ସ୍କାନ୍ କରାଯାଏ ।

୩ . ଆପକୁ ଖୋଲନ୍ତୁ ଏବଂ ଯେଉଁ ପ୍ରଡକ୍ଟ ଉପରେ ଆପଣ ଜାଣିବାକୁ ଚାହୁଁଛନ୍ତି ତାହାର କୋଡ୍ ସ୍କାନ୍ କରନ୍ତୁ ।

୪ . ଯଦି ବାରକୋଡ୍ ସ୍କାନ୍ ହୋଇପାରୁନାହିଁ ତେବେ ଏହା ପାଖରେ ଦିଆଯାଇଥିବା ନମ୍ବର ଜିଟିଆଇଏନ୍ କୁ ଏଣ୍ଟର କରନ୍ତୁ ।

୫ . ଯେଉଁଭଳି ଭାବରେ ଆପଣ ସ୍କାନ୍ କରିବେ ସେହି ପ୍ରଡକ୍ଟର ସମ୍ପୁର୍ଣ୍ଣ ବିବରଣୀ ଆପଣଙ୍କ ସାମ୍ନାକୁ ଆସିଯିବ । ଏଥିରେ ମାନ୍ୟୁଫ୍ୟାକ୍ଚର , ପ୍ରାଇସ୍ ,ଡେଟ୍ , ଏଫଏସଏସଏଆଇ ଲାଇସେନ୍ସ ଭଳି ବିବରଣୀ ଆସିବ ।

୬ . ଯଦି ଆପଣଙ୍କ ସାମ୍ନାକୁ କୌଣସି ବିବରଣୀ ନ ଆସେ ତେବେ ପ୍ରଡକ୍ଟ ନକଲି ବୋଲି ଜାଣିନିଅନ୍ତୁ ।

୭ . ପ୍ରଡକ୍ଟ ଅସଲି କିମ୍ବା ନକଲି ଜାଣିବା ପାଇଁ ଏହାର ଆଉ ଏକ ପ୍ୟାକେଟ୍ ନିଅନ୍ତୁ ଏବଂ ଯଦି ଏଥିରେ କୌଣସି ସୁଚନା ମିଳୁଛି ତେବେ ଜାଣିନିଅନ୍ତୁ ଯେ ପୂର୍ବ ପ୍ରଡକ୍ଟଟି ନକଲି ଥିଲା ।

୮ . ଯଦି କୌଣସି ପ୍ରଡକ୍ଟର ପ୍ୟାକେଜିଙ୍ଗ୍ ଏବଂ ଷ୍ଟିକର୍ ଖରାପ ହୋଇଥାଏ ତେବେ ଏହି ଆପ୍ ର ବ୍ୟବହାର କରି ଆପଣ ପ୍ରଡକ୍ଟର ସମ୍ପୁର୍ଣ୍ଣ ବିବରଣୀ ଜାଣିପାରିବେ । ଯଦି ଆପଣ କୌଣସି ପ୍ରଡକ୍ଟରେ ସନ୍ତୁଷ୍ଟ ନାହାଁନ୍ତି ତେବେ ଆପଣ ଏହା ବିପକ୍ଷରେ ଅଭିଯୋଗ କରିପାରିବେ ।