ସ୍ମାର୍ଟ ହେବ ରାଜଧାନୀ ! ପୁରା ଭୁବନେଶ୍ୱର ହେବ ୱାଇଫାଇ, ବସରେ ଲାଗିବ ଜିପିଆରଏସ ସିଷ୍ଟମ

28

କନକ ବ୍ୟୁରୋ : ସ୍ମାର୍ଟ ହେବ ରାଜଧାନୀ ଭୁବନେଶ୍ୱର । ଆଉ ସ୍ମାର୍ଟ ହେବ ବିଭିନ୍ନ ବ୍ୟବସ୍ଥା । ଏଭଳି ଏକ ରଙ୍ଗିନ ସ୍ୱପ୍ନର ନକ୍ସା ଆଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ବିଭିନ୍ନ ବ୍ୟବସ୍ଥା ମେଟ୍ରୋ ସିଟି ଦିଲ୍ଲୀ ଓ ମୁମ୍ବାଇ ଭଳି ସ୍ମାର୍ଟ କରାଯିବ । ଭୁବନେଶ୍ୱର ସହରରକୁ ସଂପୂର୍ଣ୍ଣ ଓାଇଫାଇ କରାଯିବ । ଜନଗହଳିପୂର୍ଣ୍ଣ ସହର ଭୁବନେଶ୍ୱରର ଟ୍ରାଫିକ ସମସ୍ୟାକୁ ରୋକିବା ପାଇଁ ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା କରାଯିବ । ପାଣିଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ମଧ୍ୟ କାର୍ଡ ସିଷ୍ଟମ ଦ୍ୱାରା ପୈଠ କରାଯିବ ।

ବିଭିନ୍ନ ଅଂଚଳକୁ ଯାଉଥିବା ବସରେ ଜିପିଆରଏସ ସିଷ୍ଟମ ଲାଗୁ କରାଯିବ । ଏବଂ ସାରା ସହରରେ ମାଷ୍ଟର ଇଂଟିଗ୍ରେଟେଡ ସିଷ୍ଟମ ଲାଗୁ କରାଯିବ । ୨୦୧୮ ନଭେମ୍ବର ସୁଦ୍ଧା ଏସବୁ ପ୍ଲାନ କାର୍ଯ୍ୟକ୍ଷମ କରିବା ପାଇଁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମୀକ୍ଷା କରି୍ଛନ୍ତି । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ମାର୍ଟ ସିଟିର ଅଧ୍ୟକ୍ଷ ଓ ବିଏମସିର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-