କୁନି ପିଲା ମୁହଁରେ ମହାପୁରୁଷଙ୍କ ନାଁ ! ଅଢେଇ ବର୍ଷର ବିସ୍ମୟ ବାଳକ ଅଭାଂଶଙ୍କୁ ନେଇ ଚର୍ଚ୍ଚା

70

କନକ ବ୍ୟୁରୋ : ବୟସ ଅଢେଇ ବର୍ଷ । ଭଲ ଭାବେ ପାଟି ବି ଫିଟିନି । କିନ୍ତୁ କୁନି ବୟସରୁ ନିଜର ପ୍ରତିଭା ଯୋଗୁଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରିଛନ୍ତି କୋରାପୁଟ ସୁନାବେଢାର ଅଭାଂସ ଦାସ । ମହାପୁରୁଷ ଓ ସଂଗ୍ରାମୀ ନେତାଙ୍କ ନିର୍ଭୁଲ ଭାବେ ଚିହ୍ନିପାରୁଛନ୍ତି ଅଭାଂସ । ୬୯ରୁ ଅଧିକ ମହାପୁରୁଷ ଓ ସଂଗ୍ରାମୀଙ୍କ ଚିହ୍ନିବା ସହ ସେମାନଙ୍କ ନାଁ ଭଲ ଭାବେ ଉଚ୍ଚାରଣ କରିପାରୁଛନ୍ତି । ଛୋଟ ବୟସରୁ ଅଭାଂସଙ୍କ ଏଭଳି ପ୍ରତିଭା ଦେଖି ବାପା ମା ବିସ୍ମିତ ହୋଇପଡିଛନ୍ତି ।

ବେଙ୍ଗାଲୁରୁକକୁ ବୁଲିବାକୁ ଯାଇଥିବା ବେଳେ ଏକ ଉଦ୍ୟାନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତିକୁ ଦେଖି ନିର୍ଭୂଲ ଭାବେ ନାଁ କହିପାରିଥିଲେ ଅଭାଂଶ । ଯାହା ବାପା କେଦାର ନାଥ ଓ ମା ସୁଭ୍ରଦ୍ରାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ସୁନାବେଡ଼ା ଫେରିଲା ପରେ ବିଭିନ୍ନ ସଂଗ୍ରାମୀ ନେତା , ଜାତୀୟ ନେତା ତଥା ମହାପୁରୁଷଙ୍କୁ ଛବିକୁ ଆଣି ଅଭାଂଶଙ୍କୁ ଦେଖାଇଥିଲେ ଘର ଲୋକେ । ଫଟୋ ଗୁଡ଼ିକ ଦେଖିବା ମାତ୍ରେ ଚଟାପଟ ନାଁ କହିପାରିଥିଲେ ଅଭାଂଶ ।