ବାପା କଥା ହେଉଥିଲେ ଫୋନରେ ! ଚଳନ୍ତା କାରର ଛାତ ଉପରେ କୁନି ଝିଅ କରୁଥିଲା ହୋମୱାର୍କ, ଭିଡିଓ ହେଲା ଭାଇରାଲ ।

39

ସମସ୍ତେ ଜୀବନରେ କିଛି କିଛି ନା କାରଣକୁ ନେଇ ଚିନ୍ତାରେ ରହିଥାନ୍ତି । କିନ୍ତୁ ଆମେ ଭାବିଥାଉ ଛୋଟ ଛୋଟ ପିଲାମାନଙ୍କର ଜୀବନରେ କୌଣସି ଟେନସନ ନଥାଏ । ଯଦି ସେମାନଙ୍କୁ ପଚରାଯାଏ ତେବେ ଜଣାପଡିବ ସେମାନଙ୍କ ଜୀବନରେ ଏକ ବଡ ଟେନସନ ରହିଛି ଏବଂ ତାହା ହେଉଛି ହୋମୱାର୍କ । ସ୍କୁଲରେ ଦିଆଯାଇଥିବା ହୋମୱାର୍କ ଛୋଟ ପିଲାମାନଙ୍କ ପାଇଁ ସବୁଠାରୁ ବଡ ଟେନସନ ହୋଇଥାଏ । ସେମାନଙ୍କ ମଧ୍ୟରେ କିଛି ଏମିତି ମଧ୍ୟ ପିଲା ଥାଆନ୍ତି ଯେଉଁମାନଙ୍କୁ ସ୍କୁଲ ଯିବାର ଶେଷ ମୂହୁର୍ତ୍ତରେ ହୋମୱାର୍କ ପୁରା କରିବା ପାଇଁ ମନେ ପଡିଥାଏ । ଏମିତିରେ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି କିନ୍ତୁ କିନ୍ତୁ ବିନା ହୋମୱାର୍କରେ ସ୍କୁଲକୁ ଯିବା ପାଇଁ ସେମାନେ ରାଜି ହୋଇନଥାନ୍ତି । ସମୟରେ ହୋମୱାର୍କ ପୁରା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଏହାକୁ ପୂରଣ କରିବା ପାଇଁ ଜଣେ କେତେ ବିପଦପୂର୍ଣ୍ଣ ରାସ୍ତା ଅବଲମ୍ବନ କରିପାରେ ତାହା ଏକ ଆଶ୍ଚର୍ଯ୍ୟର କଥା ।

ଚୀନର ଜଣେ ଝିଅ ହୋମୱାର୍କ ପୁରା କରିବା ପାଇଁ ଏଭଳି ଏକ ବିପଦପୂର୍ଣ୍ଣ ରାସ୍ତା ଆପଣେଇଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଏହି ଝିଅଟି ସ୍କୁଲ ଯିବା ସମୟରେ ନିଜ ହୋମୱାର୍କ ପୁରା କରୁଛି କିନ୍ତୁ ଏହି ପ୍ରକ୍ରିୟା ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ । ଝିଅଟି ଏକ ଚଳନ୍ତା କାରର ଛାତକୁ ହିଁ ନିଜ ଷ୍ଟଡି ଟେବୁଲ ଭାବରେ ବ୍ୟବହାର କରି ହୋମୱାର୍କ ପୁରା କରୁଛି । ଏହି ଘଟଣା ଚୀନରେ ମେ ମାସ ୧୪ ତାରିଖର ଅଟେ କିନ୍ତୁ ଏବେ ଏହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଝିଅଟି କାରର ଝରକା ପଟୁ ବାହାରକୁ ବାହାରି କାରର ଛାତ ଉପରେ ହୋମୱାର୍କ ପୁରା କରୁଥିବାର ଦେଖିବାକୁ ମିଳିଛି ।

ଝିଅଟି ହୋମୱାର୍କକୁ ନେଇ ଏତେ ଚିନ୍ତିତ ଥିଲା ଯେ, ଝିଅଟି ବୁଝିପାରୁନଥିଲା ସେ କେତେ ବଡ ବିପଦ ନିଜ ମୁଣ୍ଡକୁ ନେଇଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଝିଅଠୁ ଅଧିକ ଅଭିଭାବକଙ୍କୁ ଦୋଷ ଦେଉଛନ୍ତି ଏବଂ ତାଙ୍କୁ ଦାୟିତ୍ୱହୀନ ବୋଲି କହୁଛନ୍ତି । ଏହି ଭିଡିଓ ବାବଦରେ ଆଉ ଏକ କଥା ଜାଣିବାକୁ ମିଳିଛି ଯେ, ଝିଅଟିର ବାପା କାର ଚଳାଉଥିବା ସମୟରେ ଫୋନରେ କଥା ହେଉଥିଲେ ଏବଂ ଝିଅର ଏଭଳି କାର୍ଯ୍ୟକଳାପକୁ ସେ ଧ୍ୟାନ ଦେଇନଥିଲେ ।