କୁନି ବୈଜ୍ଞାନିକ ଶୁଭମ । ତିଆରି କଲେ ୪.୧ ସେଂଟିମିଟର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର

211

କନକ ବ୍ୟୁରୋ : ଚାନ୍ଦବାଲିର କୁନି ବୈଜ୍ଞାନିକ । କୁନି ହାତରେ ତିଆରି କଲେ ମାଇକ୍ରା ଭାକ୍ୟୁମ କ୍ଲିନର । ଏହି ଭାକ୍ୟୁମ କ୍ଲିନର ବଡ଼ବଡ଼ ଲ୍ୟାବ୍ରେ ବୈଜ୍ଞାନିକଙ୍କୁ ସୁରକ୍ଷା ଯୋଗାଇବା ଦେବା ଲକ୍ଷ ଉଦ୍ଭାବନ କରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ ।
ଚାନ୍ଦବାଲି ବ୍ଳକ ଖେରଙ୍ଗ ପଂଚାୟତ ରାଉତସାହି ଗାଁର ବାଇଧର ରାଉତ ଓ ଚାରୁଲତା ରାଉତଙ୍କ ପୁଅ ଶୁଭମ ରାଉତ । ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ସେ ଏହି ଭାକ୍ୟୁମ କ୍ଲିନର । ଏହା ଲ୍ୟାବରେ ଆଖିକୁ ଦେଖାଯାଉନଥିବା କଣିକାକୁ ସହଜରେ ସଫାକରି ଦେବ ବୋଲି ସେ ଦାବି କରିଛନ୍ତି ।

ବାପା ମାଙ୍କର ସେମିତି ଉଚ୍ଚ ଶିକ୍ଷା ନଥିବା ବେଳେ ୧୩ବର୍ଷର ବାଳକ ଶୁଭମଙ୍କ ଏଭଳି ଉଦଭାବନ ଏବେ ଚାନ୍ଦବାଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅଦାକାରୀ ସିରିଞ୍ଜ, ମୋବାଇଲ ବ୍ୟାଟେରୀ ଓ ମୋବାଇଲ ଭାଇବ୍ରେଟର ବ୍ୟବହାର କରି ସେ ମାଇକ୍ରୋ ଭାକ୍ୟୁମ କ୍ଲିନର ତିଆରି କରିଛନ୍ତି ।

ଗିନିଜ ବୁକ୍ ପାଇଁ ରଖିଛନ୍ତି ଆଶା
ସେ ତିଆରି କରିଥିବା ଭାକ୍ୟୁମ କ୍ଲିନର ମାତ୍ର ୪.୧ ସେଣ୍ଟିି ମିଟର ଲମ୍ବର ହୋଇଥିବା ବେଳେ ପୂର୍ବରୁ ଉଦ୍ଭାବନ ହୋଇଥିବା ଭାକ୍ୟୁମ କ୍ଲିନର ଠାରୁ ଏହା ସବୁଠୁ କ୍ଷୁଦ୍ର । ଏହା ସାରା ଦେଶରେ ସବୁଠୁ ଛୋଟ ବୋଲି ସେ ଦାବି କରିଛନ୍ତି । ପୂର୍ବରୁ ଓଡ଼ିଆ ଯୁବକ କମଲ ୪.୫୫୧ ସେଣ୍ଟିମିଟର ଏବଂ ଆନ୍ଧ୍ରର ଟି.ସାଇ ୫.୪ ସେଣ୍ଟିମିଟରର ଭାକ୍ୟୁମ କ୍ଲିନର ତିଆରି କରିଥିବା ବେଳେ ଶୁଭମ ସବୁଠୁ ଛୋଟ ୪.୧ ସେଂଟିମିଟର ଭାକ୍ୟୁମ କ୍ଲିନର ତିଆରୀ କରଛନ୍ତି । ଏଥିପାଇଁ ସେ ଗିନିଜ୍ ବୁକ ରେକର୍ଡ଼ କରିବା ପାଇଁ ଆଶା ମଧ୍ୟ ରଖିଛନ୍ତି ।

ଆଗକୁ ସେ ନିଜସ୍ୱ ଜ୍ଞାନ କୌଶଳରେ ଡ଼୍ରୋନ୍ ତିଆରୀ କରିବା ଲକ୍ଷଙ୍କର ରହିଛନ୍ତି । ଏତେ କମ ବୟସରୁ ଏଭଳି ପ୍ରତିଭା ଦେଖି ବାପା ମା ଓ ପରିବାର ସଦସ୍ୟ ତାଙ୍କୁ ଉତ୍ସାହିତ କରିଥିଲେ, ମାତ୍ର ଆର୍ଥିକ ଅଭାବ ପାଇଁ ସେ ଏବେ ଚିନ୍ତାରେ ପଡ଼ିଛନ୍ତି । ସରକାରୀ ସହାୟତା ମିଳିଲେ ନୂଆ ଉଦ୍ଭାବନ କରି ଦେଖାଇବେ ବୋଲି ସେ ଆଶା ରଖିଛନ୍ତି ।