କନକ ବ୍ୟୁରୋ: କୁନି ରଥରେ କୁନି କାଳିଆ । ମନପ୍ରାଣ ଦେଇ କାଳିଆକୁ କୁନି କରି ଗଢିଛି କଳାକାର । ବିଶ୍ୱର ବଡ ଠାକୁରକୁ, ଜଗତ ନିଅନ୍ତାକୁ ଭାବରେ ଗଢିଛି ଭକ୍ତ । ତାକୁ ଯିଏ ଗଢିଥିଲା, ଜୀବନ ଦେଇ ଏ ଦୁନିଆକୁ ଆଣିଥିଲା ଆଜି ତାରି ପ୍ରେମରେ ପଡି ତାକୁ ଗଢିଛି ଶିଳ୍ପୀଟିଏ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବ୍ରହ୍ମପୁର ସହରର ଜଣେ ଭକ୍ତ ତଥା ଶିଳ୍ପୀ ସତ୍ୟନାରାୟଣ ମହାରଣା ଗଢିଛନ୍ତି କୁନି କାଳିଆ ।

Advertisment

publive-imagepublive-image
ଭାବରେ ବନ୍ଧା ଶିଳ୍ପୀ ସତ୍ୟନାରାୟଣ ଦୀର୍ଘ ୫ ବର୍ଷ ହେବ କ୍ଷୁଦ୍ର ରଥ ନିର୍ମାଣ କରି ଆସୁଛନ୍ତି । ୫ ବର୍ଷ ତଳେ ସେ ପ୍ରଥମେ ୧୪ ଇଞ୍ଚର ୩ଟି ରଥ ନିର୍ମାଣ କରି ଦେଶ ବିଦେଶରେ ନାମ ଅର୍ଜନ କରିସାରିଛନ୍ତି । ତେବେ ଚଳିତ ବର୍ଷ କାଳିଆ ସାଆନ୍ତଙ୍କ ରଥଯାତ୍ରା ଅବସରରେ ମାତ୍ର ଅଢେଇ ଇଞ୍ଚର ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ।
ମାତ୍ର ଚାରି ଦିନରେ ଏହି ଚମକ୍ରାର ନିଖୁଣ କାମ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଶିଳ୍ପୀ ସତ୍ୟନାରାୟଣ । ତେବେ କୁନି ରଥର ଉଚ୍ଚତା ଅଢେଇ ଇଞ୍ଚ ଥିବା ବେଳେ ସେଥିରେ ରହିଛି ୧୬ଟି ଚକ, ୪ଟି ଘୋଡ଼ା, ୨ଟି ଓଲଟା ଶୁଆ ଓ ଦଧିନଉତି । ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ନିର୍ମାଣ କରି ସେଥିରେ ସେ କାଳିଆ ଠାକୁରକୁ ରଥାରୂଢ କରିଛନ୍ତି ।

publive-imagepublive-image

ତେବେ ନିଜର ପରାକାଷ୍ଠା ଓ ସାଧନା ବଳରେ କିଛି ନିଆରା କରିବାକୁ ଚାହିଁଛନ୍ତି ସତ୍ୟ । ୨୦୧୬ରେ ୧୪ ଇଞ୍ଚର ରଥ ନିର୍ମାଣ କରିଥିଲେ । ସେହିଭଳି ୨୦୧୭ରେ ୮ ଇଞ୍ଚର ଏବଂ ୨୦୧୮ରେ ୪ ଇଞ୍ଚର ରଥ ନିର୍ମାଣ କରି ସମ୍ମାନିତ ମଧ୍ୟ ହୋଇଥିଲେ ସତ୍ୟ ନାରାୟଣ । ମାତ୍ର ଚଳିତ ବର୍ଷ ଅଢେଇ ଇଞ୍ଚର କାଠ ରଥ ନିର୍ମାଣ କରି ନିଜ ରେକର୍ଡ଼କୁ ନିଜେ ଭାଙ୍ଗିଛନ୍ତି ।