କରୋନା ହାରିଲା, କୁନିଛୁଆ ଜିତିଲା । ଭୟଙ୍କର କରୋନା ଯୁଦ୍ଧରେ ଜିତିଗଲା କୁନି ଯୋଦ୍ଧା । ସଂକ୍ରମିତ ହେବା ପରେ ନୂଆପଡା ଡାକ୍ତରଖାନାରେ ଚାଲିଥିବା ଚିକିତ୍ସା

327

କନକ ବ୍ୟୁରୋ: କୁନି ଛୁଆ ଜିତିଲା କରୋନା ଯୁଦ୍ଧ । କରୋନା ସଂକ୍ରମଣକୁ ମାତ୍ ଦେଲା ନବଜାତକ । ମହାମାରୀର ଲଢେଇରେ ଅଦୃଶ୍ୟ ଭୂତାଣୁକୁ ହରାଇଛି କୁନି ଯୋଦ୍ଧା । ନବଜାତକଟି କରୋନାରେ ସଂକ୍ରମିତ ହେବା ପରେ ତାକୁ ନୂଆପଡା ଡାକ୍ତରଖାନାର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା ।

ତେବେ କୋଭିଡ ଭୂତାଣୁରେ ସଂକ୍ରମତି ହୋଇଥିବା ଏହି ନବଜାତକଟିକୁ ଅକ୍ସିଜେନ ଦିଆଯିବା ସହ ରକ୍ତ ଦିଆଯାଇ ଚିକିତ୍ସା କରାଯାଇଥିଲା । ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟକର୍ମୀ ମାନେ ନବଜାତର ଚିକିତ୍ସା କରିବା ସହ ଉଚିତ ଯତ୍ନ ନେବା ପରେ ଏବେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛି ।