କଷ୍ଟ ସହୁଛି କଅଁଳ କଢ଼ି । ଆପଣ କଲେ ସାହାଯ୍ୟ, ୧୬ କୋଟିର ଇଞ୍ଜେକସନ୍ ସଞ୍ଜିବନୀ ସାଜିବ ।

Advertisment
କଷ୍ଟ ସହୁଛି କଅଁଳ କଢ଼ି । ଆପଣ କଲେ ସାହାଯ୍ୟ, ୧୬ କୋଟିର ଇଞ୍ଜେକସନ୍ ସଞ୍ଜିବନୀ ସାଜିବ ।

କନକ ବ୍ୟୁରୋ: ମୁଁ ବଞ୍ଚିବାକୁ ଚାହେଁ, ହସିବାକୁ ଚାହେଁ... ଖେଳିବୁଲି ନାଚିବାକୁ ବି ଚାହେଁ । ହେଲେ କେଜାଣି କାହିଁକି ମୋତେ ଏମିତି ଏକ ରୋଗ ମାଡ଼ି ବସିଛି ନା ବିଛଣାରୁ ଉଠିପାରୁଛି, ନା ଖେଳକୁଦ କରିପାରୁଛି । ମାମା ମୁଁ କ’ଣ ଆଉ ଦୁନିଆ ଦେଖିପାରିବିନି, ସତରେ କ’ଣ ମୁଁ ଆଉ ହସିପାରିବିନି କି?

ଯଦି ଭଲ କରି ପାଟି ଫିଟୁଥାଆନ୍ତା, ଯଦି ବଡ଼ ପିଲା ଭଳି ଏହି କଅଁଳ କଢ଼ି କଥା କହିପାରୁଥାଆନ୍ତା ହୁଏତ ଆଜି ଏମିତି କିଛି ନେହୁରା ହେଉଥିବା ଶବ୍ଦ ଆପଣଙ୍କ କାନରେ ପଡ଼ି ହୃଦୟକୁ ଛୁଇଁଥାଆନ୍ତା । ଆଖିକୁ ଓଦା କରି, ତା’ପାଇଁ ଆୟୂଷ ମାଗୁଥାଆନ୍ତା । ହେଲେ କପାଳ ଲିଖନ କେ କରିବ ଆନ, ରୋଗ୍ୟଶଯ୍ୟାରେ ମୃତ୍ୟୁ ସହ ଲଢୁଥିବା ୧୮ ମାସର କୁନିପୁଅ ରାଜବୀରର କାହାଣୀ ପ୍ରତିଟି ମଣିଷର ମନକୁ, ସତେ ଯେମିତି ରାହାଧରି କନ୍ଦାଉଛି...

publive-imageମେରୁଦଣ୍ଡ ମାଂଶପେଶୀ ଆଟ୍ରୋଫି-ଏସଏମଏ ରୋଗରେ ପୀଡିତ ଅଛି ଫୁଲବାଣୀର ରାଜବୀର । ଜୀବନ ଆଉ ମୃତ୍ୟୁ ଭିତରେ ଏବେ ରହିଛି ମାତ୍ର ୪ ମାସର ସମୟ । ଆଉ ଏହି ବିରଳ ରୋଗରୁ ବଞ୍ଚିବାକୁ ହେଲେ ରାଜବୀର ପାଇଁ ଜୀବନଦାନ ପାଲଟିବ ଜୋଲଗେନ୍ସମା ଇଂଜେକ୍ସନ । ଯାହାର ମୂଲ୍ୟ ପାଖାପାଖି ୧୬ କୋଟି ଟଙ୍କା । ଏତେ ଟଙ୍କା ଯୋଗାଡ କରିବାକୁ ଅସମର୍ଥ ଥିବାରୁ କୁନିପୁଅର ଜୀବନ ପାଇଁ ସାହାଯ୍ୟ ମାଗୁଛନ୍ତି ବାପା, ମାଆ । ତାଙ୍କ ରାଜବୀରକୁ ବଞ୍ଚାଇବା ପାଇଁ ହାତଯୋଡ଼ି ନେହୁରା ହେଉଛନ୍ତି ।

ଗତକିଛି ଦିନ ପୂର୍ବରୁ ହସଖୁସିରେ ଚାଲିଥିଲା ପରିବାର । ରୋଜଗାର ଆଶାରେ ଫୁଲବାଣୀରୁ ବେଙ୍ଗାଲୁରୁ ଯାଇଥିଲା ଏହି ପରିବାର । କିନ୍ତୁ ପୁଅ ଅସୁସ୍ଥ ହେବା ପରେ ସ୍ୱପ୍ନରେ ଲାଗିଗଲା ଅମାବାସ୍ୟାର ଗ୍ରହଣ, ବଦଳିଗଲା ସବୁକିଛି । ନିଜ ଦୁନିଆ କହୁଥିବା କୁନିପୁଅ ରାଜବୀରକୁ ମାଡ଼ି ବସିଲା ବିରଳ ରୋଗ । ଏବେ ଦିନରାତି ବିତୁଛି ଡାକ୍ତରଖାନାରେ, ପାଖରେ ପଇସା ନାହିଁ କିନ୍ତୁ ପୁଅର ଜୀବନ ପାଇଁ ପ୍ରାର୍ଥନା ଜାରି ରହିଛି । ହେଲେ ରୋଗଶଯ୍ୟାରେ ସେମିତି ପଡି ରହିଛି ପୁଅ ରାଜବୀର । ଡାକ୍ତର ଡେଡଲାଇନ୍ ଦେଇଛନ୍ତି କି, ଆଉ ମାତ୍ର ୪ ମାସ ଭିତରେ ରାଜବୀରକୁ ଇଂଜେକ୍ସନ ନଦେଲେ କିଛି ବି ଅଘଟଣ ଘଟିପାରେ । ତେଣୁ ଜୀବନ ଓ ମୃତ୍ୟୁ ଭିତରେ ଏବେ ରହିଛି ମାତ୍ର ୪ ମାସ ।

publive-imageରାଜବୀରଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତି ଦେଶର ବିଭିନ୍ନ କୋଣରେ ଆର୍ଥିକ ସାହାଯ୍ୟ ମାଗୁଛନ୍ତି । କାରଣ ଆପଣଙ୍କର ଟଙ୍କାଏ ଟଙ୍କାଏ ସାହାଯ୍ୟ ରାଜବୀରଙ୍କୁ ଦେଇପାରିବ ଆଉ ଏକ ନୂଆ ଜୀବନ । କୁନିପୁଅ ରାଜବୀର ମୁହଁରେ ହସ ଫେରାଇବାକୁ ଚାହୁଁଥିଲେ ରାଜବୀରଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଅନଲାଇନ ପେମେଣ୍ଟ କରିପାରିବେ ।

କୁଳମଣି ରଣା

ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଫୁଲବାଣୀ
ଆକାଉଣ୍ଟନମ୍ବର- ୬୨୫୦୦୨୦୧୦୦୧୧୬୦୦
IFSC CODE- : UBIN0562505
ଅନଲାଇନ ପେମେଂଟ କରିବାକୁ ଚାହୁଁଥିଲେ
ଗୁଗୁଲ ପେ’-ଫୋନ ପେ ନମ୍ବର-୬୩୬୦୩୭୧୫୯୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe