ଘର କାନ୍ଥରେ ପୋଷ୍ଟର: ବସ୍ତିବାସିନ୍ଦାଙ୍କ ଅନୁରୋଧ, ଆମକୁ ଦରକାର ନାହିଁ ମଦ ମାଂସ, ଆମକୁ ପ୍ରତିଶ୍ରୁତି ଦେଲେ ଆମେ ଦେବୁ ଭୋଟ

169

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ନାମାଙ୍କନ ଦାଖଲ ସହ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି ପ୍ରାର୍ଥୀ । ହେଲେ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଫୁବାଶାସନ ପଞ୍ଚାୟତର ୮ ନମ୍ବର ୱାର୍ଡରେ ଥିବା ବସ୍ତିବାସିନ୍ଦାମାନେ କିନ୍ତୁ ଏକ ଅଭିନବ ଉପାୟରେ ଅଭିନବ ଜଣାଇଛନ୍ତି ।

ନେତାମାନେ ଭୋଟ ମାଗିବା ପାଇଁ ଆସିବାକୁ ହେଲେ ବସ୍ତି ଭିତରେ ସମସ୍ତ କାନ୍ଥବାଡ଼ରେ ଲାଗିଥିବା ପୋଷ୍ଟରକୁ ପଢିବାକୁ ହେବ ସ୍ପଷ୍ଟ ଭାବରେ ଲେଖାହୋଇଛି । ମଦ ମାସଂ ଆମର ଦରକାର ନାହିଁ, ଟଙ୍କାର ଲାଳସା ଆମକୁ ଦରକାର ନାହିଁ । ପ୍ରତିଶ୍ରୁତି ଦେଇ ପ୍ରତାରଣା କରନି । ଆମ ସରଳତା ସହ ନିର୍ବାଚନୀ ଖେଳ ଖେଳନାହିଁ । ଭୂମି ହୀନ ଆମେ, ନାହିଁ ଜମି ପଟ୍ଟା, ମିଳୁନି ଆମକୁ ଆବାସ କି ପକ୍କା ଘରଟା । ବସ୍ତିବାସିନ୍ଦା ଆମେ ହେଉଛୁ ହଟହଟା । ପ୍ରତିଶ୍ରୁତି ଦିଅ ଆମ ବସ୍ତିବାସିନ୍ଦାଙ୍କ ଭୋଟ ନିଅ ।

ତେବେ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ପ୍ରାର୍ଥୀ ମାନେ ପ୍ରସ୍ତୁତ ହୋଇସାରିଲେଣି । ତେବେ ଏହାକୁ ନଜରରେ ଭୋଟରମାନେ ମଧ୍ୟ ନିଜ ଦାବି ଜଣାଉଛନ୍ତି ।