କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ନାମାଙ୍କନ ଦାଖଲ ସହ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି ପ୍ରାର୍ଥୀ । ହେଲେ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଫୁବାଶାସନ ପଞ୍ଚାୟତର ୮ ନମ୍ବର ୱାର୍ଡରେ ଥିବା ବସ୍ତିବାସିନ୍ଦାମାନେ କିନ୍ତୁ ଏକ ଅଭିନବ ଉପାୟରେ ଅଭିନବ ଜଣାଇଛନ୍ତି ।
ନେତାମାନେ ଭୋଟ ମାଗିବା ପାଇଁ ଆସିବାକୁ ହେଲେ ବସ୍ତି ଭିତରେ ସମସ୍ତ କାନ୍ଥବାଡ଼ରେ ଲାଗିଥିବା ପୋଷ୍ଟରକୁ ପଢିବାକୁ ହେବ ସ୍ପଷ୍ଟ ଭାବରେ ଲେଖାହୋଇଛି । ମଦ ମାସଂ ଆମର ଦରକାର ନାହିଁ, ଟଙ୍କାର ଲାଳସା ଆମକୁ ଦରକାର ନାହିଁ । ପ୍ରତିଶ୍ରୁତି ଦେଇ ପ୍ରତାରଣା କରନି । ଆମ ସରଳତା ସହ ନିର୍ବାଚନୀ ଖେଳ ଖେଳନାହିଁ । ଭୂମି ହୀନ ଆମେ, ନାହିଁ ଜମି ପଟ୍ଟା, ମିଳୁନି ଆମକୁ ଆବାସ କି ପକ୍କା ଘରଟା । ବସ୍ତିବାସିନ୍ଦା ଆମେ ହେଉଛୁ ହଟହଟା । ପ୍ରତିଶ୍ରୁତି ଦିଅ ଆମ ବସ୍ତିବାସିନ୍ଦାଙ୍କ ଭୋଟ ନିଅ ।
ତେବେ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ପ୍ରାର୍ଥୀ ମାନେ ପ୍ରସ୍ତୁତ ହୋଇସାରିଲେଣି । ତେବେ ଏହାକୁ ନଜରରେ ଭୋଟରମାନେ ମଧ୍ୟ ନିଜ ଦାବି ଜଣାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/39-10.jpg)