କନକ ବ୍ୟୁରୋ: କଟକ ମେୟର ସୁବାସ ସିଂଙ୍କ ସରକାରୀ ବାସଭବନ ଘେରିଲେ ବସ୍ତି ବାସିନ୍ଦା । ମେୟରଙ୍କ ବାରବାଟୀ ଷ୍ଟାଡିୟମ ନିକଟ ସରକାରୀ ବାସଭବନକୁ ଘେରାଉ କରିଛନ୍ତି । ବିନା ଥଇଥାନରେ ଉଚ୍ଛେଦ ନିଷ୍ପତିକୁ ବିରୋଧ କରି ବରମପୁରିଆ ବସ୍ତିବାସିନ୍ଦା ଏହି ଘେରାଉ କରିଛନ୍ତି । ସେମାନଙ୍କ କହିବା କଥା ସେମାନଙ୍କୁ ପ୍ରଥମେ ଥଇଥାନ କରାଯାଉ । ତାପରେ ଉଚ୍ଛେଦ କରାଯିବ । ସୂଚନା ଅନୁସାରେ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବାକୁ ନୋଟିସ କରିଥିଲା କଟକ ମହାନଗର ନିଗମ । କିନ୍ତୁ ବିନା ଥଇଥାନରେ ସେମାନଙ୍କୁ ଉଚ୍ଛେଦ ନକରିବାକୁ ମହାନଗର ନିଗମକୁ ବସ୍ତିବାସିନ୍ଦା ଜଣାଇଥିଲେ । ହେଲେ, ଥଇଥାନ କରାନଯାଇ ସେମାନଙ୍କୁ ଉଚ୍ଛେଦ କରାଯିବାକୁ ଯୋଜନା ହେବାରୁ ସେମାନେ ଆଜି ପ୍ରତିବାଦ କରିଛନ୍ତି । ତେବେ ବୁଝାସୁଝା କରିବାକୁ ମେୟର ଉଦ୍ୟମ କରୁଥିବା ଜଣାପଡିଛି ।