କନକ ବ୍ୟୁରୋ : ବ୍ରହ୍ମପୁରରେ ପୁଲିସ-ଜନତା ମୁହାଁମୁହିଁର ଭିଡିଓ ଭାଇରାଲ । ସହରର ଗୌଡବନ୍ଧ ସାହିରେ ଗତକାଲି ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ କରାଯାଇଥିଲା । ଏହାକୁ ବିରୋଧ କରିଥିଲେ ବସ୍ତିବାସିନ୍ଦା । ଏହାକୁ ନେଇ ବସ୍ତିବାସିନ୍ଦା ଓ ବିଏମସି କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାରି ମଧ୍ୟରେ ଜଣେ ମହିଳାଙ୍କ ଉପରେ କାନ୍ଥ ପଡିଯାଇଥିଲା । ଏହାପରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ମୃଦୁ ଲାଠିଚାର୍ଜ କରିବା ଫଳରେ କିଛି ଲୋକ ଆହତ ହୋଇଥିଲେ । ବିଏମସିର କିଛି କର୍ମଚାରୀ ବି ଆହତ ହୋଇଥିଲେ । ଉତେଜନା ପରେ ଟାଉନଥାନା ଏସଡିପିଓଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ପହଂଚି ଥିଲ ୋ ଏହା ପରେ ବସ୍ତି ଉଚ୍ଛେଦ ହୋଇଥିଲା ।
ବ୍ରହ୍ମପୁରରେ ପୁଲିସ-ଜନତା ମୁହାଁମୁହିଁର ଭିଡିଓ ଭାଇରାଲ : ବସ୍ତି ଉଚ୍ଛେଦକୁ ବିରୋଧ କରି ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ
/kanak/media/post_attachments/wp-content/uploads/2021/12/vlcsnap-2021-12-08-13h02m24s805.png)