ବିଶ୍ୱକପ ପୂର୍ବରୁ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ ଖବର । ବୋଲିଂ କୋଚ କହିଲେ… ।

426

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ପାଇଁ ଆସିଲା ଖୁସିଖବର । ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ ଖେଳାଯିବ । ତେବେ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ ବୋଲି କହିଛନ୍ତି ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍ ସହ ଯାଇଥିବା ବୋଲିଂ କୋଚ୍ ପାରସ ମାହାମ୍ବ୍ରେ । ଯାହା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଆଶ୍ୱସ୍ତି ଆଣିଛି ।

ପାରସ ମାହାମ୍ବ୍ରେ ଗତ କିଛି ଦିନ ହେବ ପାଣ୍ଡ୍ୟାଙ୍କ ଫିଟନେସ ଉପରେ ନଜର ରଖିଛନ୍ତି । ପାରସ କହିଛନ୍ତ. ଆଇପିଏଲ ସରିବା କ୍ଷଣି ଟି-୨୦ ବିଶ୍ୱକପ ଖେଳାଯିବ । ତେଣୁ ଏହାପୂର୍ବରୁ ହାର୍ଦ୍ଦିକଙ୍କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡିବ । ଗତ କିଛି ମ୍ୟାଚରେ ପାଣ୍ଡ୍ୟାଙ୍କୁ କେବଳ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଏଥିରେ ବୋଲିଂକୁ ଯୋଡିଦେଲେ ଏହା ପାଣ୍ଡ୍ୟାଙ୍କୁ ଏକ ଭିନ୍ନସ୍ତରର ଖେଳାଳୀ ଭାବେ ସାମ୍ନାକୁ ଆଣିଥାଏ । କିନ୍ତୁ ଯେହେତୁ ପାଣ୍ଡ୍ୟା ଦୀର୍ଘଦିନ ହେବ ବୋଲିଂ କରୁନାହାନ୍ତି ତେଣୁ ଏହି ଦିଗରେ କାମ କରାଯାଉଛି ବୋଲି କହିଛନ୍ତି ପାରସ ।

୨୦୧୯ ଟି-୨୦ ବିଶ୍ୱକପ ପରେ ପିଠିରେ ଯନ୍ତ୍ରଣା ସମସ୍ୟା ପାଇଁ ପାଣ୍ଡ୍ୟାଙ୍କୁ ଟେଷ୍ଟ ଟିମରୁ ବାଦ୍ ଦିଆଯାଇଥିଲା । ତେବେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସାମିଲ କରାଯାଇଥିଲେ ମଧ୍ୟ ବୋଲିଂ ସ୍ପେଲ ପୂରା କରି ପାରିନଥିଲେ ପାଣ୍ଡ୍ୟା । ଆଉ ସେତେବେଳେ ପାଣ୍ଡ୍ୟାଙ୍କୁ ଟିମରେ ସାମିଲ କରିବା ନେଇ ପ୍ରଶ୍ନ ଉଠାଇଥିଲେ କ୍ରିକେଟପ୍ରେମୀ ।