କଂଗ୍ରେସ ଭବନରେ ଜଟଣି କଳି । ସୁର ରାଉତରାୟ ଏବଂ ତାଙ୍କ ପୁଅ ସିଦ୍ଧାର୍ଥଙ୍କୁ ବିରୋଧ କରି ନାରାବାଜି

1,020

କନକ ବୁରୋ : କଂଗ୍ରେସ ଭବନରେ ଜଟଣି କଳି । ଟିକେଟ୍ ହାତେଇବାକୁ ନେଇ କଂଗ୍ରେସ ଭବନରେ ଦଳୀୟ କର୍ମୀଙ୍କ ନାରାବାଜି । ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଚଳିତଥର ନିର୍ବାଚନ ଲଢିବେ ନାହିଁ । ତେଣୁ ଏହି ଆସନର ଟିକେଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା ଚାଲିଛି । ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି ।

ଗତକାଲି ସେ ଜଟଣି ବିଜେପିରୁ ଇସ୍ତଫା ଦେଇଥିବା ସନ୍ତୋଷ ଜେନାଙ୍କୁ ଦଳରେ ସାମିଲ କରିବାକୁ ଆଣିଥିଲେ । ଏହି ସମୟରେ ସୁରଙ୍କ ବିରୋଧୀ ଗୋଷ୍ଠୀ ବିରୋଧ କରିବା ସହିତ ହୋ ହାଲ୍ଲା କରିଥିଲେ । ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ଏହାର ନେତୃତ୍ୱ ନେଇଥିବା ଜଣାପଡିଛି । ସଂଗ୍ରାମ ମଧ୍ୟ ଜଟଣି ବିଧାନସଭାର କଂଗ୍ରେସ ଟିକେଟ୍ ପାଇଁ ଅନ୍ୟତମ ଆଶାୟୀ ବୋଲି ଜଣାପଡିଛି । ଅଳ୍ପ କିଛି ଦିନ ମଧ୍ୟରେ କଂଗ୍ରେସ ବାକି ବିଧାନସଭା ଆସନର ଟିକେଟ୍ ଘୋଷଣା କରିବ । ଏବେ ସୁଦ୍ଦା କଂଗ୍ରେସ ୮ ଲୋକସଭା ଆସନ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହାପୂର୍ବରୁ ନେତା ମାନେ ଟିକେଟ୍ ପାଇବାକୁ ସମସ୍ତ କସରତ କରୁଛନ୍ତି ।