ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଇଁ ସ୍ଲୋଗାନ୍: ‘ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ସୁସ୍ଥ ରୁହନ୍ତୁ’

327

କନକ ବ୍ୟୁରୋ: ଖାଦ୍ୟ , ବସ୍ତ୍ର, ବାସଗୃହ ମଣିଷର ମୌଳିକ ଆବଶ୍ୟକତା । ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଜଣେ ରୋଗାକାନ୍ତ ହେବା ଆଶଙ୍କା ଅଧିକ ରହିଥାଏ । ମଣିଷ ସୁଖରେ ଜୀବନ ଜିଇଁବା ପାଇଁ ତଥା ନିରୋଗୀ ରହିବା ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅର୍ଥାତ୍ ‘ୱାର୍ଲଡ୍ ଫୁଡ୍ ସେଫ୍ଟି ଡେ’ ।ପ୍ରତିବର୍ଷ ଜୁନ୍ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଯାଉଛି । ଯେଉଁମାନେ ପୁଷ୍ଟିହୀନ ଖାଦ୍ୟ ଯୋଗୁଁ ଗମ୍ଭୀର ରୋଗରେ ପୀଡିତ ହେଉଛନ୍ତି ସେମାନଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ସଚେତନ କରିବା ଏହି ଦିବସର ଲକ୍ଷ୍ୟ ।

ଏହି ଦିବସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ପ୍ରଥମେ ଆରମ୍ଭ କରାଯାଇଥିଲା । ଏହି ଦିନ ଖାଦ୍ୟ ସୁରକ୍ଷା ବାବଦରେ ଲୋକଙ୍କୁ ସଚେତନ କରାଯାଏ । ଖାଦ୍ୟ ଓ କୃଷି ସଙ୍ଗଠନ ସହଯୋଗରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ଡିସେମ୍ବର ୨୦୧୮ ରେ ଏହି ଦିନ ପାଇଁ ଘୋଷଣା କରାଯାଇଥିଲା । ୨୦୧୯ ମସିହାରେ ପ୍ରଥମ ଥର ଜୁନ୍ ୭ ତାରିଖକୁ ‘ଖାଦ୍ୟ ସୁରକ୍ଷା ଦିବସ’ ଭାବେ ପାଳନ କରାଗଲା । ଏହାପୂର୍ବରୁ ଅକ୍ଟୋବର ୧୬ ତାରିଖକୁ ଖାଦ୍ୟ ସୁକ୍ଷା ଦିବସ ଭାବେ ପାଳନ କରାଯାଉଥିଲା । ଏହି କ୍ଷେତ୍ର ସହିତ ଜଡିତ ଅନ୍ୟ ସଙ୍ଗଠନ ଗୁଡିକ ସହଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଖାଦ୍ୟ ଓ କୃଷି ସଙ୍ଗଠନ ମିଳିତ ଭାବେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁ୍ତାବକ, ପ୍ରତିବର୍ଷ ପ୍ରଦୂଷିତ ଖାଦ୍ୟ ଖାଇବା ଯୋଗୁଁ ୪ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି । ଆମ ପ୍ରତିଦିନ ଅନେକ ପ୍ରକ।।ର ଖାଦ୍ୟ ଖାଇଥାଉ ଯାହା ପାଟିକୁ ସ୍ୱାଦକର ଲାଗୁଥିଲେ ବି ଦେହକୁ ପାଇଁ କ୍ଷତିକାରକ । ଆଜିକାଲି ଫାଷ୍ଟଫୁଡ୍ କିମ୍ବା ଜଙ୍କ୍ ଫୁଡ ହେଉ ଏସବୁ ଶରୀର ପାଇଁ ଘାତକ ପ୍ରମାଣିତ ହେଉଛି । ତେଣୁ ଚଳିତ ବର୍ଷ ଖାଦ୍ୟ ସୁରକ୍ଷା ଦିବସରେ ‘ପୁଷ୍ଟିକର ଖାଦ୍ୟ ଖାଅ, ସୁସ୍ଥ ରୁହ’ର ସ୍ଲୋଗାନ୍ ଦିଆଯାଇଛି ।