କନକ ବ୍ୟୁରୋ: କଟା ପାପୁଲିକୁ ନେଇ ଚର୍ଚ୍ଚା । ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି ।

Advertisment

ବିଲରେ ପଡ଼ିଥିବା ପାପୁଲିକୁ ଏକ କୁକୁର ଝୁଣି ଖାଉଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାପୁଲିକୁ ଜବତ କରିଛି । କଟା ପାପୁଲି କାହାର ଓ କେଉଁଠୁ ଆସିଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏପରିକି କୌଣସି ବ୍ୟକ୍ତିଙ୍କ ହାତକୁ କାଟି ଦୁର୍ବୃତମାନେ ଫୋପାଡି ଦେଇଥିବା ଚର୍ଚ୍ଚା ହେଉଛି । ସେପଟେ ଜଙ୍କିଆ ଥାନା ଅଧିକାରୀ କହିଛନ୍ତି ଏହା ଛିଣ୍ଡା ହାତ ପାପୁଲି । ଏହାକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । କୌଣସି ଦୁର୍ଘଟଣାରେ ଏହି ହାତ ଛିଣ୍ଡିଛି ନା କୌଣସି ହତ୍ୟାକାଣ୍ଡ ଘଟିଛି ସେ ନେଇ ତଦନ୍ତ ଚାଲିଛି ଓ ଏହାକୁ ଲାବ୍ରେଟୋରୀକୁ ପଠାଯିବ ।