କନକ ବ୍ୟୁରୋ : ଟିକାର ଅଭାବ ଭିତରେ ଟିକାକେନ୍ଦ୍ର ଗୁଡିକରେ ଅସମ୍ଭବ ଭିଡର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି । ଲୋକେ ଧାଡିରେ ଆଧାର କାର୍ଡ ରଖିବା କିମ୍ବା ଇଟା ରଖିବା ଭଳି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ବିଶେଷ କରି ଗ୍ରାମାଂଚଳରୁ ଏଭଳି ଚିତ୍ର ବାରମ୍ବାର ଆସୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରୁ ଆସିଛି ସେହିଭଳି ଏକ ଚିତ୍ର । ଯେଉଁଠି ଟିକା କେନ୍ଦ୍ର ସାମ୍ନାରେ ଧାଡିରେ ଚପଲ ରଖାଯାଇଛି ।
ଏଭଳି ଚିତ୍ର ଆସିଛି ପଟିଆ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର । ରାଜଧାନୀ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଅନସ୍ପଟ ଟିକାକରଣ ହେଉଛି । ଅର୍ଥାତ ସ୍ଲଟ ବୁକ କରନିଥିଲେ ମଧ୍ୟ ଟିକାକେନ୍ଦ୍ରରେ ଯାଇ ଟିକା ନେଉଛନ୍ତି । ଆଉ ପ୍ରବଳ ଭିଡ ହେଉଥିବାରୁ ଏବଂ ବାହାରେ ଖରା ହେଉଥିବାରୁ ଲୋକେ ଧାଡିରେ ଚପଲ ରଖି ନିଜ ପାଳିକୁ ଅପେକ୍ଷା କରିଥିବା ଦେଖାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/14-9.jpg)