ପ୍ରଚାର ସମୟରେ କମଲ୍ ହାସନଙ୍କ ଉପରକୁ ଫୋପଡାଗଲା ଚପଲ ! ତିନିଦିନ ପୂର୍ବରୁ କହିଥିଲେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ।

241

ଅଭିନେତାରୁ ନେତା ହୋଇଥିବା କମଲ୍ ହାସନଙ୍କ ଉପରକୁ ବୁଧବାର ତିରୁପ୍ପରନକୁନ୍ଦରମ୍ ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର ସମୟରେ ମଦୁରାଇରେ ଚପଲ ଫୋପାଡିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ତେବେ କମଲ୍ ହାସନ୍ ୩ ଦିନ ପୂର୍ବରୁ ଏକ ବିବାଦୀୟ ବୟାନ୍ ଦେଇ ଖୁବ୍ ଚର୍ଚ୍ଚାରେ ଥିଲେ । ସେ କହିଥିଲେ ସ୍ୱାଧୀନ ଭାରତର ପ୍ରଥମ ଚରମପନ୍ଥୀ ହିନ୍ଦୁ ଥିଲେ । ସେ ନାଥୁରାମ୍ ଗଡସେଙ୍କ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ହତ୍ୟାକୁ ନିର୍ଦ୍ଦେଶ କରି ଏଭଳି କଥା କହିଥିଲେ । ପୋଲିସ କହିବାନୁସାରେ ଚପଲ ହାସନଙ୍କ ଦେହରେ ବାଜିନଥିଲା ଏବଂ ଭିଡରେ ହିଁ ପଡିଯାଇଥିଲା । ତେବେ ଏନେଇ ପୋଲିସରେ ବିଜେପି କାର୍ଯ୍ୟକର୍ତ୍ତା,ହନୁମାନ ସେନା ଏବଂ ଅନ୍ୟ ସଂଗଠନର ସଦସ୍ୟଙ୍କ ନାଁରେ ଅଭିଯୋଗ ଦିଆଯାଇଛି ।

ଅନ୍ୟପକ୍ଷରେ ବିବାଦରେ ଫସିଥିବା କମଲ୍ ହାସନ୍ ବୁଧବାର କହିଥିଲେ , ଯେ ସେ ଯେଉଁ କଥା କହିଛନ୍ତି ଏହା ଏକ ଐତିହାସିକ ସତ । ସେ ଉସୁକାଇବା ପାଇଁ ଏଭଳି କିଛି ବି କହିନାହାନ୍ତି । ସେ ମଦ୍ରାସ୍ ଉଚ୍ଚ ନ୍ୟାୟାଳୟ ସମକ୍ଷରେ ଅଗ୍ରିମ୍ ଜାମିନ୍ ପାଇଁ ଜାଚିକା ଦାୟର କରିଛନ୍ତି । କିନ୍ତୁ ଏହାକୁ ଅଦାଲତ ଖାରଜ କରିଥିଲେ । ହାସନଙ୍କ କହିବାନୁସାରେ ତାଙ୍କ ଶବ୍ଦର ଅର୍ଥ ବୁଝନ୍ତୁ । ସେ ଗଡସେଙ୍କ ବିରୁଦ୍ଧରେ ଆତଙ୍କବାଦୀ କିମ୍ବା ହତ୍ୟାକାରୀ ଭଳି ଶବ୍ଦ ବ୍ୟବହାର କରିପାରିଥାନ୍ତେ କିନ୍ତୁ ସେ ସକ୍ରିୟ ରାଜନୀତିରେ ଅଛନ୍ତି ତେଣୁ ହିଂସା ଭଳି କିଛି କଥା କହିନାହାନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ କୁହାଯାଇଥିବା ଶବ୍ଦକୁ ଭୁଲ୍ ଭାବରେ ପ୍ରକାଶ କରାଯାଇଛି ।