କରୋନାକୁ ନେଇ ସାମାନ୍ୟ ଆଶ୍ୱସ୍ତି : ୧୦ ଦିନ ହେଲା କ୍ରମାଗତ ଓଡ଼ିଶାରେ କମୁଛି କରୋନା, ୮.୫୩ ପ୍ରତିଶତରୁ ୬.୩୨ ପ୍ରତିଶତକୁ ଖସିଲା ସଂଖ୍ୟା, ବଢ଼ୁଛି ସୁସ୍ଥଙ୍କ ସଂଖ୍ୟା

217

କନକ ବ୍ୟୁରୋ : କରୋନାକୁ ନେଇ ଆସିଛି ଭଲ ଖବର  । ୧୦ ଦିନ ହେଲା କ୍ରମାଗତ ଭାବରେ ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ କରୋନା ଆକ୍ରାଙ୍କ ସଂଖ୍ୟା କମୁଥିବା ବେଳେ ଏହା ଆଗକୁ ଆହୁରୀ କମିବା ନେଇ ଆଶା କରାଯାଉଛି ।  ନୂଆ ପିଜିଟିଭ୍ ମାମଲା ୮.୫୩ ପ୍ରତିଶତରୁ ୬.୩୨ ପ୍ରତିଶତକୁ ଖସି ଆସିଛି ।

ଏହି ସଂଖ୍ୟା ୪ ହଜାର ୧୪୨ରୁ ୨ ହଜାର ୮୩୩ ଯାଏଁ ଖସି ଆସିଛି । କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି ।