ରାଜ୍ୟରେ ସଂକ୍ରମଣ ସ୍ଥିର : ଗତ ୨୪ ଘଂଟାରେ ରାଜ୍ୟରେ ୩୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨ ମୃତ

181

କନକ ବ୍ୟୁରୋ : ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ଓ ସଂକ୍ରମଣ ହାର ପ୍ରାୟତ ସ୍ଥିର ରହିଛି । କିଛି ଦିନ ହେବ ସଂକ୍ରମଣ ୩ ରୁ ୪ ହଜାର ଭିତରେ ରହୁଛି । ସେହିପରି ସଂକ୍ରମଣ ହାର ୫ ରୁ ୬ ପ୍ରତିଶତ ମଧ୍ୟରୁ ରହୁଛି । ଗତ ୨୪ଘଂଟାରେ ୩୪୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୫୪ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୧୪୭୩ଜଣ ଚିହ୍ନଟ ହୋଇଛନ୍ତି । ପରୀକ୍ଷା କରାଯାଇଥିବା ୬୪ ହଜାର ୧୧୨ ନମୁନାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ହାର ବା ସଂକ୍ରମଣ ୫ ଦଶମି ୩୪ ପ୍ରତିଶତ ରହିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୫୫୩ , କଟକରୁ ୩୯୬, ବାଲେଶ୍ୱରରରୁ ୨୬୧, ଯାଜପୁରରୁ ୨୮୫, ପୁରୀରୁ ୨୧୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ରେ ପହଁଚିଛି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮ଲକ୍ଷ ୨୯ ହଜାର ୮୫୧ ଜଣ ସୁସ୍ଥ ହୋଇଛନ୍ତି ।ଏବେ ରାଜ୍ୟରେ ମାତ୍ର ୪୦ ହଜାର ୪୭୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ତେବେ ଦିନକରେ ରାଜ୍ୟରେ ଆଉ ୪୨ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରେ ୩ ହଜାର ୫୫୦ ଜଣଙ୍କର ମୃତ୍ୟୁ ହୋଇଛି ।