ଚାଉଳ ପାଇଁ ରାତି ଅନିଦ୍ରା । ଉପାନ୍ତ ନୁହେଁ, ରାଜଧାନୀ ଭୁବନେଶ୍ୱରରୁ ଆସିଲା ଅଭାବନୀୟ ଖବର । ରାସ୍ତା ଉପରେ ଧାଡ଼ିରେ ଥୁଆ ହୋଇଛି ରାସନ କାର୍ଡ

222

କନକ ବ୍ୟୁରୋ: ଆପଣମାନେ ଜାଣିଥିବେ ମେଡିକାଲରେ ଟିକେଟ୍ କରିବା ପାଇଁ ଲୋକେ ଧାଡି ଲଗାନ୍ତି । ରାତି ଅନିଦ୍ରା ହୁଅନ୍ତି । ହେଲେ ଆପଣ ହୁଏତ ଜାଣିନଥିବେ ମାଗଣା ରାସନ ପାଇଁ ଲୋକେ ରାତି ଅନିଦ୍ରା ହୋଇ ଧାଡି ଲଗାନ୍ତି । ଭୁବନେଶ୍ୱର, କୋଳଥିଆରୁ ଆସିଛି ସେମିତି ଏକ ଖବର ।

  • ଚାଉଳ ପାଇଁ ରାତି ଅନିଦ୍ରା
  • ୫ କିଲୋ ଚାଉଳ ପାଇଁ ୧୫ ଘଣ୍ଟାର ଅପେକ୍ଷା

ରାସ୍ତା ଉପରେ ଧାଡି କି ଧାଡି ଥୁଆ ହୋଇରହିଛି ରାସନ କାର୍ଡ । ରାସ୍ତାରେ କାର୍ଡ ଥୋଇ ଛିଡା ହୋଇଛନ୍ତି ହିତାଧିକାରୀ । ତା ସାଙ୍ଗକୁ ପଥର ବି ରଖାଯାଇଛି । ମାତ୍ର ୫ କିଲୋ ଚାଉଳ ପାଇଁ ଲାଗିଛି ଲମ୍ବା ଧାଡି । ଏହା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ଏହା ହେଉଛି ଭୁବନେଶ୍ୱରର ଖବର । ଦିନେ କି ଦୁଇ ଦିନ ନୁହଁ ଭୁବନେଶ୍ୱର କୋଳଥିଆରେ ପ୍ରତି ମାସରେ ଦେଖିବାକୁ ମିଳୁଛି ଏଭଳି ସମସ୍ୟା । ୫କିଲୋ ଚାଉଳ ପାଇଁ ୧୫ ଘଣ୍ଟାର ଅପେକ୍ଷା କରିବାକୁ ପôଡୁଛି ହିତାଧିକାରୀଙ୍କୁ । ରାସ୍ତା ଉପରେ କାର୍ଡ ରଖି ହିତାଧିକାରୀମାନେ ସନ୍ଧ୍ୟା ୭ଟାରୁ ଅପେକ୍ଷା କରୁଛନ୍ତି ସକାଳ ଯାଏଁ । ହେଲେ ଚାଉଳ ପାଇଲାବେଳକୁ ଦିନ ୧୨ଟା ହେଇଯାଏ । ଭାଗ୍ୟ ଥିଲେ ଚାଉଳ ମିଳେ ନହେଲେ ଆଉ ଗୋଟେ ଦିନ ଅପେକ୍ଷା କରିବାକୁ ପଡେ ।

ତେବେ ରାତି ତମାମ ଅନିଦ୍ରା ରହି ଚାଉଳ ଅପେକ୍ଷାରେ ଚାହିଁ ରହିଛନ୍ତି ହିତାଧିକାରୀ । କିଏ ଚାଉଳ ପାଇଲ? କିଏ ନପାଇଲା? ସେ ବିଷୟରେ ଜାଣିବାକୁ ବା ଏହାର ସମାଧାନ କରିବାକୁ କାହା ପାଖରେ ସମୟ ନାହିଁ । ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଆମେ ଏନେଇ ପଚାରିଥିଲୁ, କିନ୍ତୁ ସମସ୍ୟାର ସମାଧାନ ସେ କରିପାରିବେ ନାହିଁ ବୋଲି କହିଛନ୍ତି ।