ଚାକିରୀର ଭରପୁର ସୁଯୋଗ । କାମ ନୁହେଁ ବରଂ ଦିନକୁ ୯ ଘଣ୍ଟା ଶୋଇଲେ ଦରମା ମିଳିବ ୧ ଲକ୍ଷ ଟଙ୍କା !! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏମିତି ଚାକିରୀ

16,193

କନକ ବ୍ୟୁରୋ : ଶୋଇବାକୁ ସମସ୍ତଙ୍କୁ ପସନ୍ଦ । କାମରୁ ଫେରିବା ପରେ ହେଉ କିମ୍ବା ରେଷ୍ଟ ନେବା ପାଇଁ ଇଚ୍ଛା ହେଉ । ଗଭୀର ନିଦରେ ନଶୋଇଲେ ବି ଅନେକ ସମୟରେ ବିଛଣାରେ ଘଂଟାଏ ଗଡି ପଡିଲେ ଟିକେ ଆରାମ ଲାଗେ । ଆଜିକାଲି ଦେଖାଯାଉଛି ଯେ, ଲୋକମାନେ ବର୍ତମାନ ସମୟରେ ଅଧିକରୁ ଅଧିକ ସମୟ ଶୋଇବା ପାଇଁ ପସନ୍ଦ କରୁଛନ୍ତି । ଏମିତିରେ ବି ନିଦ ଆସିବା ବି ନହୁତ ବଡ କଥା । କାରଣ ଏହା କେତେବେଳେ ଆସିବା ତାହା କେହି କହିପାରିବେ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆପଣ ଯଦି ନିଦକୁ ଆୟତ୍ତ କରିପାରିବେ ତେବେ ଆପଣ ବି ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

୯ ଘଣ୍ଟା ଶୁଅନ୍ତୁ, ମାସକୁ ୯ ଲକ୍ଷ ଦରମା ନିଅନ୍ତୁ
ଉତ୍ତମ ମାନର ରୁମ ସହ ମିଳିବ ଆନୁସାଙ୍ଗିକ ସୁବିଧା

ଗଭୀର ନିଦରେ ଶୋଇଲେ ମିଳିବ ମୋଟା ଅଙ୍କର ଦରମା

ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁର ଏକ କମ୍ପାନୀ ସ୍ଲିପ ଇନଟନସିପ ନାଁରେ ଏକ ଯୋଜନା କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନାରେ ଆପଣ ୯ ଘଂଟା ଶୋଇଲେ କମ୍ପାନୀ ଦେବ ୧ ଲକ୍ଷ ଟଙ୍କା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି କମ୍ପାନୀର ନାଁ ୱେକଫିଟ୍ ରହିଛି । କମ୍ପାନୀ ୧ ଲକ୍ଷ ଟଙ୍କା ଦେବା ସହ ସ୍ଲିପ ଏକ୍ସପର୍ଟ, ଫିଟନେଓ ଏକ୍ସପର୍ଟ ସହ ଅନେକ ସରଂଜାମ କମ୍ପାନୀ ପକ୍ଷରୁ ଦିଆଯିବ । କିନ୍ତୁ ପୂରା ୧୦୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୯ ଘଂଟା ଶୋଇବା ପାଇଁ ପଡିବ ।ଏଥିରୁ ଯେପରି ଭାବରେ କୌଣସି ବ୍ୟତିକ୍ରମ ନହୁଏ ।

ଶୋଇବା ଚାକିରୀ ପାଇଁ ଦରକାର ଡିଗ୍ରୀ

ତେବେ ଏଥି ଲାଗି ଆପଣଙ୍କୁ କୌଣସି ବିଭାଗରେ ବି ଡ୍ରିଗ୍ରୀ ଥିବାର ରହିଛି ଆବଶ୍ୟକ । ଯଦି ଆପଣଙ୍କୁ ଅଭିଭାଷଣ ଦେବା ସମୟରେ ନିଦ ଆସୁଥାଏ ତେବେ ଆପଣ ଯୋଗ୍ୟ ବିବେଚିତ ହୋଇପାରିବେ । ଏହାସହ ବିଛଣାକୁ ଯାଉ ଯାଉ ମାତ୍ର ୧୦ ରୁ ୨୦ ମିନିଟ୍ ମଧ୍ୟରେ ନିଦ ଆସିବା ଦରକାର । ଶୋଇବା ବେଳେ ଯଦି କୌଣସି ଶଦ୍ଦ ହୁଏ ତେବେ ମଧ୍ୟ ଆପଣଙ୍କ ନିଦ ଯେମିତି ଭାବରେ ନଭାଙ୍ଗେ ସେଥିପ୍ରତି ମଧ୍ୟ ସଜାଗ ରହିବା ଦରକାର । ସୋସିଆଲ ମିଡିଆରେ ଏତେଟା ସକ୍ରିୟ ନଥିବା ଦରକାର, ଯୋଗ ଅଭ୍ୟାସ ଦ୍ୱାରା କେବଳ ଶୋଇବା ଅଭ୍ୟାସ ଥିବା ନିହାତି ଦରକାର ।

କେବଳ ଏତିକି ନୁହେଁ ବରଂ ଅନଲାଇନ ଲେଖା ମଧ୍ୟ ବହୁତ କମ ପଡୁଥିବାର ରହିଛି ଆବଶ୍ୟକତା । ଯଦି ଏହି ସମସ୍ତ ଗୁଣ ଆପଣଙ୍କ ପାଖରେ ରହିଛି ତେବେ ନିହାତି ଆପଣ ଯୋଗ୍ୟ ବିବେଚିତ ହୋଇପାରିବେ । ଏହା ପ୍ରଥମ ନୁହେଁ ବରଂ ଏହାପୂର୍ବରୁ ଅନେକଥର କମ୍ପାନୀ ଏପରି ଭାବରେ କାର୍ଯ୍ୟକ୍ରମ କରିଛି । ପୂର୍ବରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ୧.୭ ଲକ୍ଷ ଲୋକ ରେଜିଷ୍ଟ୍ରର କରିଥିଲେ ମାତ୍ର କମ୍ପାନୀ ୨୩ ଜଣଙ୍କୁ ହିଁ ଚୟନ କରିଥିଲା ।