ପବିତ୍ର ରମଜାନର ମାସ ଚାଲିଥିବା ବେଳେ ନିଜର ଟ୍ଵିଟର ଆକାଉଣ୍ଟକୁ ଯାଇ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ସୁରସମ୍ରାଜ୍ଞୀ ଲତା ମଙ୍ଗେସକର୍ । କିନ୍ତୁ ଟ୍ଵିଟରରେ ଜଣେ ବ୍ୟବହାରକାରୀ ତାଙ୍କୁ ଅସମ୍ମାନ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଲତା ମଙ୍ଗେସକର୍ ରମଜାନ ଅବସରରେ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ସବୁ ମୁସଲିମ୍ ଭାଇ-ଭଉଣୀମାନଙ୍କୁ ରମଜାନ ମୁବାରକ୍ ବୋଲି ଲେଖିଥିଲେ ।
ଲତା ମଙ୍ଗେସକରଙ୍କ ଏହି ଟ୍ଵିଟ୍ ପରେ ରେହମାନ୍ ନାମକ ଜଣେ ସୋସିଆଲ ସାଇଟ୍ ୟୁଜର ‘ଚଲ୍ ଦଫା ହୋ...’ ବୋଲି ଲେଖିଥିଲେ । ରେହମାନଙ୍କର ଏପରି ଅପମାନଜନକ ଟ୍ଵିଟ୍ ପରେ ଅନ୍ୟ ୟୁଜର୍ସମାନେ ତାଙ୍କର ଏପରି ବ୍ୟବହାରକୁ ନିନ୍ଦା କରିବା ସହ କ୍ଷମା ମାଗିବା ପାଇଁ କହିଥିଲେ । ଏ ନେଇ ଲତା ମଙ୍ଗେସକର କୌଣସି ମତ ରଖି ନଥିବା ବେଳେ ଦେଶର ଜଣେ ବିଶିଷ୍ଠ କଣ୍ଠଶୀଳ୍ପିଙ୍କୁ ଏପରି କହିବା ଲଜ୍ଜାଜନକ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।
ସୁରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଅପମାନ ଦେଲେ ଯୁବକ ! ଟ୍ୱିଟରରେ ଅଶ୍ଲିଳ ଶବ୍ଦ ପ୍ରୟୋଗ କରି ହେଲେ ସମାଲେଚନା ।
/kanak/media/post_attachments/wp-content/uploads/2018/05/Sequence-2-01174305.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)