କନକ ବ୍ୟୁରୋ : ସହରାଚଂଳ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡିଥିବା ଡ୍ରେନରେ ସ୍ଲାବ ପକାଇବାକୁ ନିଷ୍ପତି ହୋଇଛି । ସେହିପରି ଡ୍ରେନ୍ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବ । ଏବଂ ଏହା ପରେ ସ୍ଲାବ୍ ପକାଇବା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯିବ ।
ଡ୍ରେନ ସମସ୍ୟାର ସମାଧାନ ଦିଗରେ ଥିବା ଅନ୍ୟନ୍ୟ ଅସୁବିଧା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ବିଜେଡି ବିଧାୟକ ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି ମାଥି ବାଥନନଙ୍କ ସହ ଅନ୍ୟନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ନିକଟରେ ଜଣେ ଦଶମ ଶ୍ରେଣୀର ଛାତ୍ର ଭୁବନେଶ୍ୱରର ମୁକୁଳା ଡ୍ରେନରେ ଭାସି ଯିବାକୁ ନେଇ ତମ୍ବି ତୋଫାନ ହୋଇଥିଲା । ବିଏମସି ଓ ନଗର ଉନ୍ନୟନ ବିଭାଗର ଅବହେଳାକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/32-3.jpg)