କନକ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଆର୍ ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି । ସିରିଜ ବରାବର କରିବା ପାଇଁ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ତିଆ । ପ୍ରଥମ ଦୁଇଟି ମ୍ୟାଚରେ ଗୋଟିଏ ଡ୍ର ଥିବା ବେଳେ ଅନ୍ୟ ଏକ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଇଣ୍ତିଆକୁ ପରାସ୍ତ କରିଛି ।
ଆଜିର ମ୍ୟାଚରେ ଟିମ୍ ଇଣ୍ତିଆରେ ଦୁଇଟି ପରିବର୍ତ୍ତନ କରାଯାଇଛି । କେ ଏଲ୍ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଥିବା ବେଳେ ରିୟାନ ପରାଗ ଦିନିକିଆରେ ଡେବ୍ୟୁ କରିଛନ୍ତି । ଅର୍ଶଦୀପ ସିଂଙ୍କୁ ଆଜି ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନାହିଁ ।
ଋଷଭ ପନ୍ତ ୨୦ ମାସ ପରେ ଦିନିକିଆ ଦଳକୁ ଫେରିଛନ୍ତି । ୨୦୨୨ ନଭେମ୍ବର ୩୦ ରେ ନ୍ୟୁଜିଲାଣ୍ତ ବିପକ୍ଷରେ ସେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ସେପଟେ ରିୟାନ ପରାଗ ମଧ୍ୟ ଜିମ୍ବାୱେ ବିପକ୍ଷରେ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିବା ବେଳେ ଆଜି ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଛନ୍ତି ।
💬 💬 "You have the ability to be a match-winner for India."
Virat Kohli to Riyan Parag 🤝#TeamIndia | #SLvIND | @imVkohli | @ParagRiyan pic.twitter.com/JduLjSRCPr
— BCCI (@BCCI) August 7, 2024
ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍, ଶ୍ରେୟସ ଅୟର, ଋଷଭ ପନ୍ତ, ରିୟାନ ପରାଗ, ଶିଭମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ
ଶ୍ରୀଲଙ୍କା ଟିମ : ପଥୁମ ନିଶଙ୍କା, ଅଭିସ୍କା ଫର୍ଣ୍ଣାଣ୍ତୋ, କୁଶାଲ ମେଣ୍ତିସ, ସଦିରା ସମରବିକ୍ରମା, ଚରିଥ ଅସଲଙ୍କା, ଜନିଥ ଲିୟାନେଜ, କମିନ୍ଦୁ ମେଣ୍ତିସ, ଦୁନିଥ ୱେଲାଲାଗେ, ମହେଶ ତିକ୍ଷଣା, ଜାଫ୍ରି ଭାଣ୍ତରସେ, ଅସିଥା ଫର୍ଣ୍ଣାଣ୍ତୋ