କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଲୋକଙ୍କ ମନରେ ଏକପ୍ରକାର ଭୟ ଖେଳିଯାଇଛି । କାହିଁକିନା ଗତ କିଛି ବର୍ଷ ହେବ ମେ’ ମାସରେ ବତ୍ୟା ହେଉଥିବା ଦେଖାଯାଇଛି । ବର୍ତ୍ତମାନ ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୨୪ ଘଂଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ବଙ୍ଗୋପସାଗରରେ ବାତ୍ୟା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।
ତେବେ ବାତ୍ୟାର ଗତି କେଉଁ ଆଡେ ରହିବ ସେନେଇ ଆକଣନ କରିଛି ସ୍କାଏ ମେଟ୍ । ସ୍କାଏ ମେଟର ପୂର୍ବାନୁମାନ ଅନୁଯାୟୀ, ମିଆଁମାର ଆଡ଼କୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା । ତେଣୁ ଓଡିଶା, ଆନ୍ଧ୍ରପ୍ରଦେଶ, ଏବଂ ପଶ୍ଚମବଙ୍ଗ ଉରରେ ଏହି ବତ୍ୟାର କୌଣସି ପ୍ରଭାବ ପଡିବନାହିଁ ବୋଲି ପୂର୍ବାନୁମାନ କରିଛି ସ୍କାଏ ମେଟ୍ । ଏହା ସହିତ ସ୍କାଏ ମେଟ୍ ପକ୍ଷରୁ କୁହାଯାଇଛି କି, ବେଳେ ବେଳେ ବାତ୍ୟା ତାର ଦିଗ ପରିବର୍ତ୍ତନ କରିଥାଏ । ଯଦି ଏପରି ହୁଏ ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିବ କିନ୍ତୁ ଏହାର ସମ୍ଭାବନା ଖୁବ୍ କମ୍

Advertisment

ସ୍କାଏମେଟ୍ ଭାରତର ଏକ ଘରୋଇ ପାଣିପାଗ ଗବେଷଣା ସଂସ୍ଥା । କିନ୍ତୁ ଲଘୁଚାପ ଓ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନେକ ସମୟରେ ଠିକ୍ ହୋଇ ଆସିଛି । ଆଉ ଭାରତୀୟ ପାଣିପାଗ ବିଭାଗ ସୃଷ୍ଟି ହେଉଥିବା ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ତୀବ୍ରତା ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ ।