ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲା : ସ୍କାଏ କିଙ୍ଗ ଅଫିସରେ ପୋଲିସର ଖୋଳତାଡ଼

Advertisment
ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲା : ସ୍କାଏ କିଙ୍ଗ ଅଫିସରେ ପୋଲିସର ଖୋଳତାଡ଼

କନକ ବ୍ୟୁରୋ : ଅ।ଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲାରେ ପୋଲିସର ତଦନ୍ତ । ସ୍କାଏ କିଙ୍ଗ ଅଫିସକୁ ଯାଇ ତନାଘନା କରୁଛି ପୋଲିସ । ଏନେଇ ସ୍କାଏ କିଙ୍ଗର ମାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଥିଲେ । ଟ୍ରେନ୍, ବିମାନ ଓ ଚାର୍ଟର ବିମାନ ଟିକେଟ୍ ବାବଦରେ ୬୫ ଲକ୍ଷ ୧୬ ହଜାର ଟଙ୍କା ଆକାଶ ପାଠକ ଠକିଥିବା ନେଇ ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ ।

ସ୍କାଏ କିଙ୍ଗ ପକ୍ଷରୁ କୁହାଯାଇଛି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ନାଁରେ ଜାଲ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ୍ ବୁକ୍ କରିଥିଲେ । ଜୁନ ମାସ ପରଠାରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ହୋଇଥିଲା । ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ପଇଠ କରିଥିଲେ । ବାକି ଥିବା ୬୫ ଲକ୍ଷ ୧୬ ହଜାର ଟଙ୍କା ନଦେଇ ଠକିଛନ୍ତି ବୋଲି ଅଭିଯୋଗ କରିଛି ସ୍କାଏ କିଙ୍ଗ କଂପାନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe