କନକ ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀ ଥାନା ଡମପଡ଼ା ମହାବିଦ୍ୟାଳୟ ପଛପଟୁ ଖପୁରୀ ଓ କଙ୍କାଳ ଉଦ୍ଧାର ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ଖେଳିଯାଇଛି । ସେହିସ୍ଥାନରୁ ଏକ ଭ୍ୟାନିଟି ବ୍ୟାଗ୍ ଓ ଏକ ପରିଚୟପତ୍ର ମିଳିଛି ।
ପରିଚୟପତ୍ରରେ ଝୁନା ଜେନା ବୋଲି ଲେଖାଯାଇଛି । ତାଙ୍କ ଘର ଡମପଡ଼ାରେ । ତେବେ ଝୁନା ଗତ ଗୋଟିଏ ବର୍ଷ ହେଲା ନିଖୋଜ ଥିଲେ । ସେ ଏକ ସ୍ଥାନୀୟ କମ୍ପାନୀରେ କାମ କରୁଥିଲେ । ହେଲେ ବର୍ଷେ ତଳେ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଏନେଇ ସେତେବେଳେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏବେ କଙ୍କାଳ, ଖପୁରୀ ମିଳିଥିବା ଜାଗାରେ ତାଙ୍କ ପରିଚୟପତ୍ର ମିଳିବା ସନ୍ଦେହକୁ ବଢ଼ାଇ ଦେଇଛି । ପୋଲିସ୍ ପହଞ୍ଚିି ଘଟଣାର ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/sk.jpg)