ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ । ଭୁବନେଶ୍ୱର ଷ୍ଟେସନରେ ବି ଅଟକି ରହିଛି ଟ୍ରେନ

ଲଖିମପୁର ହିଂସା ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ କୃଷି ଆଇନ ପ୍ରତ୍ୟାହାର ଦାବି । ସମର୍ଥନ କରୁଛି କଂଗ୍ରେସ ସମେତ ବାମଦଳ

117

କନକ ବ୍ୟୁରୋ : ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ରେଳ ରୋକ ଦିନ ୪ଟା ପର୍ଯ୍ୟନ୍ତ ଚାଲିବ । ଉତରପ୍ରଦେଶ ଲଖୀମପୁର ଖେରୀରେ କୃଷକଙ୍କୁ ଗାଡି ଚଢାଇ ହତ୍ୟା, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ କୃଷକ ବିରୋଧୀ ୩ କଳା ଆଇନକୁ ପ୍ରତ୍ୟାହାର ଦାବିରେ ରେଳରୋକ କରାଯାଉଛି ।

ଦେଶର ବିଭିନ୍ନ ସ୍ଥାନରେ ଚାଷୀ ସଂଗଠନ ପକ୍ଷରୁ ଟ୍ରେନକୁ ଅଟକାଯାଇଛି । ଆନ୍ଦୋଳନକୁ କଂଗ୍ରେସ ସମେତ ବାମଦଳ ସମର୍ଥନ କରୁଛନ୍ତି । ହରିଆଣା ବାହାଦୁରଗଡ଼ରେ ଚାଷୀମାନେ ରେଳ ଲାଇନରେ ବସିଥିବାର ଦେଖିବାକୁ ମିଳିଛି । ଚାଷୀ ସଂଗଠନର ଆନ୍ଦୋଳନକୁ ନଜରରେ ରଖି ଲକ୍ଷେ୍ନøରେ ୧୪୪ ଧାରା ଜାରି କରାଯାଇଛି ।