ଆଉ ଶୁଷ୍କ ହେବନି ତ୍ୱଚା । ଜାଣନ୍ତୁ କେତୋଟି ସରଳ ଉପାୟ ।

248

କନକ ବ୍ୟୁରୋ: ଶୀତ ଦିନେ ତ୍ୱଚା ଶୁଷ୍କ ହେବା ଏକ ସାଧାରଣ ସମସ୍ୟା । ସ୍କିନ୍ ଡ୍ରାଏ ହୋଇଗଲେ ତ୍ୱଚାର ଉଜ୍ୱଳତା ନଷ୍ଟ ହୁଏ । ବିଶେଷ କରି ଶୀତରେ ଏହି ସମସ୍ୟା ଅଧିକ ଦେଖାଦିଏ । ଯଦି ଆପଣ ଏଭଳି ସମସ୍ୟା ପାଇଁ ଚିନ୍ତିତ , ତେବେ ଜାଣିରଖନ୍ତୁ ତ୍ୱଚାକୁ ଚକ୍କଣ ରଖିବାକୁ କିଛି ସରଳ ଉପାୟ ।

ଶୋଇବା ପୂର୍ବରୁ ପ୍ରତିଦିନ ଶରୀରରେ ଅଳ୍ପ ନଡିଆ ତେଲ ମସାଜ କରନ୍ତୁ । ଏହା ତ୍ୱଚାକୁ ମଶ୍ଚରାଇଜ୍ କରିବା ସହ ଚର୍ମର ଉଜ୍ୱଳତା ମଧ୍ୟ ବଢାଇବ । ଏହା ବଦଳରେ ବାଦାମ ତେଲ କମ୍ବା ଅନ୍ୟ ଭିଟାମିନ୍ ଇ ଯୁକ୍ତ ତେଲ ମଧ୍ୟ ବ୍ୟବହାର କରିପାରିବେ ।

ଯଦି ଗାଧୋଇବା ପରେ ତ୍ୱଚା ଡ୍ରାଏ ହୋଇଯାଉଛି ତେବେ ପାଣିରେ ମଧ୍ୟ କିଛି ବୁନ୍ଦା ତେଲ ମିଶାଇ ଗାଧାନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଅଧିକ ସମୟ ପର୍ଯ୍ୟନ୍ତ ଆର୍ଦ୍ର ରଖିବ । ଧ୍ୟାନ ରଖନ୍ତୁ ଯେ, ଗାଧୋଇବା ପରେ ଟାୱେଲରେ ଆଦୌ ରଗଡି ରଗଡି ତ୍ୱଚାକୁ ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଗାଧୋଇବା ପରେ ତୁରନ୍ତ ବଡିଲୋଚନ କିମ୍ବା ମଶ୍ଚରାଇଜର ଲଗାଇଲେ ସ୍କିନ୍ ଡ୍ରାଏ ହୁଏନାହିଁ ।

ଶରୀରରୁ ଶୀତଦିନେ ଡେଡ୍ ସେଲକୁ ଦୂରେଇବା ପାଇଁ ଏକ୍ସଫଲିିଏଟ୍ କରନ୍ତୁ । ଏଥିପାଇଁ ଫ୍ରୁଟ ଏନଜାଇମ୍ କ୍ଲିଞ୍ଜର ଆପଣଙ୍କ ପାଇଁ ସବୁଠୁ ଭଲ ଉପାୟ । ବିଶେଷ କରି ପାଇନାପଲ, ପମକିନ୍ ଓ ପାପାୟା କ୍ଲିଞ୍ଜର ଡ୍ରାଏ ସ୍କିନ୍ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ ।

ଉଷୁମ ପାଣିରେ ଗାଧୋଇବାକୁ ଶୀତଦିନେ ଅନେକ ପସନ୍ଦ କରନ୍ତି । ହେଲେ ଆପଣ ଜାଣନ୍ତିକି ବାରମ୍ବାର ଗରମ ପାଣିରେ ଗାଧୋଇଲେ ତ୍ୱଚା ଶୁଷ୍କ ହୋଇଯାଏ । ଚର୍ମର ପ୍ରାକୃତିକ ତୈଳାଂଶ ହ୍ରାସ ପାଇଥାଏ । ତେଣୁ ଯଦି ଉଷୁମ ପାଣିରେ ଗାଧୋଉଛନ୍ତି ତେବେ ତୁରନ୍ତ ତେଲ କିମ୍ବା ମଶ୍ଚରାଇଜର ବ୍ୟବହାର କରନ୍ତୁ ।

ଅନେକ ସମୟରେ ତ୍ୱଚା ଡ୍ରାଏ ହୋଇ କୁଣ୍ଡେଇ ହେବା ସମସ୍ୟା ଦେଖାଯାଏ । ଏହି ସମସ୍ୟା ଦୂର କରିବାକୁ କଞ୍ଚା କ୍ଷୀର ବ୍ୟବହାର କରିପାରିବେ । କୁଣ୍ଡାଇ ହେଉଥିବା ସ୍ଥାନରେ କ୍ଷୀର ଲଗାଇ ସାମାନ୍ୟ ମାଲିସ କରି କିଛି ସମୟ ଛାଡିଦିଅନ୍ତୁ । ଏହାପରେ ଧୋଇଦିଅନ୍ତୁ । ଏଥିରେ ମହୁ ମଧ୍ୟ ମିଶାଇଲେ ଆହୁରି ଭଲ, ଏହା ଏକ ପ୍ରାକୃତିକ ମଶ୍ଚରାଇଜର ଭାବେ କାମ କରିଥାଏ । ଏହା ବ୍ୟତୀତ ଏହି ପ୍ୟାକ୍ ତ୍ୱଚାର ଚମକ ବଢାଇବାରେ ବିଶେଷ ସହାୟକ ହୋଇଥାଏ ।