ଚର୍ମ ଓ କେଶର ଉପଯୁକ୍ତ ଯତ୍ନ ନେଇ ଜାଣିଲେ ଖରାଦିନ ଠାରୁ ବଳି ଆଉ ସୁନ୍ଦର ଋତୁ କିଛି ନ ଥିବା ପରି ମନେ ହୁଏ। ଚର୍ମ ପାଇଁ ଖରାଦିନର ଏକ ମାତ୍ର ବିକୃତି ହେଉଛି ଅତିବାଇଗଣି ରଶ୍ମି। ଏଥିରୁ ଚର୍ମକୁ ନିରାପଦ ରଖିବାକୁ ଆବଶ୍ୟକ କେତୋଟି ସହଜ ପ୍ରାକୃତିକ ଚିଜ। ଏବଂ ସେ ସବୁ ଆପଣା ଘରେ ହିଁ ପାଇ ପାରିବେ।
ଚର୍ମରେ ଜଳ ଶୁଷ୍କତା: ନାନାବିଧ ଚର୍ମ ଜନିତ ସମସ୍ୟା ଉପସମ କରାଏ ଶରୀର ମଧ୍ୟରେ ଥବା ଜଳ। ତେଣୁ ଦିନ ତମାମ ପର୍ୟ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ। ଖରାଦିନେ ତିଳେ ମାତ୍ର ଶୋଷିଲା ରୁହନ୍ତୁ ନାହିଁ। ବାହାରକୁ ଯିବାକୁ ପଡୁଥିଲେ ସଙ୍ଗରେ ପାଣି ବୋତଲଟିଏ ଧରି ଯାଆନ୍ତୁ। ଚା ଓ କଫି ପରିବର୍ତ୍ତେ ପଇଡ଼ ପାଣି, ଘୋଳ ଦହି, କାଗେଜି ପାଣି ଓ ଆଖୁରସ ଆଦି ପିଅନ୍ତୁ।
ଉତ୍ତାପ ଜଗିରଖି ଚଳନ୍ତୁ: ଆୟୁର୍ବେଦ ଶାସ୍ତ୍ର କହେ, ରକ୍ତ ବିକାର ଏବଂ ଚର୍ମ ବିକୃତିର ମୂଳ କାରଣ ହେଉଛି ଶରୀରର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ। ତେଣୁ ଶୀତତାପ ନିୟନ୍ତ୍ରିତ କୋଠରିରୁ ସିଧାସଳଖ ଖରାକୁ ଯାଆନ୍ତୁ ନାହିଁ କି, ଖରାରୁ ଆସି ସିଧାସଳଖ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ପ୍ରବେଶ କରନ୍ତୁ ନାହିଁ।
ଘରୋଇ ଫେସ୍ ମାସ୍କ : ମୁଲତାନି ମାଟିରେ ଫେସ୍ ମାସ୍କ ପ୍ରସ୍ତୁତ କରି ଲଗାନ୍ତୁ। ଶୁଷ୍କ ଚର୍ମ ପାଇଁ ମୁଲତାନି ମାଟିରେ ମିଶାନ୍ତୁ- ଦୁଗ୍ଧ, ତେଲିଆ ଚର୍ମ ପାଇଁ- ମହୁ ଏବଂ ସାଧାରଣ ଚର୍ମ ପାଇଁ- କେବଳ ପାଣି। ଏହା ଚର୍ମର ପ୍ରାକୃତିକ ଚମକରେ ଉନ୍ନତି ଆଣିବ। ସିଝା ଆଳୁ ଚକଟାରେ ୨ ଟେବଲ୍ ଚାମଚ କାଗେଜି ଲେମ୍ବୁ ରସ ମିଶାଇ ସେଥିରେ ମୁହଁ ବ୍ଲିଚ୍ ମଧ୍ୟ କରିପାରିବେ।
ଡାଳଚିନି : ଡାଲଚିନିରେ ରହିଛି ବିପୁଳ ଅଣୁଜୀବ ନାଶକ ଉପାଦାନ। ଏହାକୁ ଗୁଣ୍ଡ କରି ଟେବଲ୍ ଚାମଚରେ ଚାମଚେ ମହୁ ଓ ସେଥିରେ ଅଳ୍ପ କିଛି ଚିନି ପକାଇ ଫେଣ୍ଟନ୍ତୁ। ଖରା ଦିନେ ଏହି ମିଶ୍ରଣକୁ ମୁହଁରେ ଘଷିଲେ ଚର୍ମରେ ଥିବା ମୃତ ଜୀବକୋଷ ବାହାରି ଯାଏ।
ଘିକୁଆଁରୀ ଏବଂ କାକୁଡ଼ି ରସ: ଗ୍ରୀଷ୍ମ କାଳରେ ତେଲିଆ ଓ ବ୍ରଣଯୁକ୍ତ ମୁହଁ ସର୍ବଦା ପରିଷ୍କାର କରିବା ଆବଶ୍ୟକ। ଏଥିପାଇଁ ଆବଶ୍ୟକ ଟୋନର୍ ଘରେ ପ୍ରସ୍ତୁତ କରି ପାରିବେ। ୧:୧ ଅନୁପାତରେ ଆପ୍ଲ୍ ସିଡର୍, ଭିନେଗାର୍ ଏବଂ ପାଣି ମିଶ୍ରଣ କରନ୍ତୁ। ଏଥର ଏହି ମିଶ୍ରଣରେ ଅଧ କପ୍ ଗ୍ରୀନ୍ ଟି , କାକୁଡ଼ି ରସ ଏବଂ ଘିକୁଆଁରୀ ରସ ମିଶାଇ ଭଲଭାବେ ଘାଣ୍ଟନ୍ତୁ। ପ୍ରସ୍ତୁତ ଟୋନର୍କୁ ମୁହଁରେ ଲଗାଇଲେ କ୍ଷତ ଉପସମ ହେବା ସହ ଶୁଖିଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/sun-protection_mos_100916011748.jpg)