କନକ ବ୍ୟୁରୋ: ଦେବଗଡ଼ ପୁରୁଣାଗଡ଼ ଠାରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକବିଂଶ ଶତାବ୍ଦୀର ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍କିଲ୍ ଇଣ୍ଡିଆ ସେଂଟର ଖୋଲାଯାଇଛି । ଏହି ସେଣ୍ଟରରେ ୧୦ଟି ବିଭାଗର ସ୍କିଲ ଟ୍ରେନିଂର ବ୍ୟବସ୍ଥା କରଯାଇଛି । ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନେ ଏହାଦ୍ୱାରା ନିଜର ଦକ୍ଷତା ବଢାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।