ଶିକ୍ଷିତ ହେବେ ଆଦିମ ଜନଜାତି । ବଣ୍ଡା ପିଲାଙ୍କ ପାଇଁ ଦକ୍ଷତା ବୃଦ୍ଧି ଅଭିଯାନ । 

108

କନକ ବ୍ୟୁରୋ : ଶିକ୍ଷାର ବୃଦ୍ଧି ହେଲେ ସମାଜର ସାମଗ୍ରୀକ ବିକାଶ ହେବ । ଆଦିମ ଜନଜାତି ବିକାଶ ସ୍ରୋତରେ ଆହୁରି ଆଗକୁ ଯିବେ । ଏହି ଆଶାରେ ବଣ୍ଡା ଛାତ୍ରଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ପାଇଁ ମାଲକାନଗିରିର ଜିଲ୍ଲା ପ୍ରଶାସନ ନିଆରା ପ୍ରୟାସ କରିଛି । ପାହାଡ ଉପରେ ଘାଟି ଅଞ୍ଚଳରେ ଦକ୍ଷତା ବୃଦ୍ଧି ଅଭିଯାନ ଆରମ୍ଭ କରିଛନ୍ତି ।

ଶିକ୍ଷିତ ହେବେ ଆଦିମ ଜନଜାତି । ବଣ୍ଡା ପିଲାଙ୍କ ପାଇଁ ଦକ୍ଷତା ବୃଦ୍ଧି ଅଭିଯାନ । ବଣ୍ଡା ପାହାଡ ଉପରେ ଘରେ ଘରେ ସ୍କୁଲ । ଘରକୁ ଘର ଯାଇ ଆଦିମ ଜନଜାତିର ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । କରୋନା ପର ଠାରୁ ଘାଟି ଅଞ୍ଚଳର ସ୍କୁଲ ପିଲା ପାଠ ପଢାରୁ ମୁହଁ ଫେରାଇ ନେଇଥିଲେ । ଆଉ ଏବେ ପିଲାଙ୍କ ଭିତରେ ଦକ୍ଷତା ବଢାଇବାକୁ ନିଯୁକ୍ତ ହୋଇଛନ୍ତି ଶିକ୍ଷକ ।

ବଣ୍ଡା ପିଲାଙ୍କ ଦକ୍ଷତା ବଢାଇବା ପାଇଁ ମାଲକାନଗିରି ଜିଲ୍ଲାର ଶିକ୍ଷା ବିଭାଗ ନେଇଛି ନୂଆ ପଦକ୍ଷେପ । ଘାଟି ଉପରେ ଆରମ୍ଭ ହୋଇଛି ଦକ୍ଷତା ବୃଦ୍ଧି ଅଭିଯାନ । ବଣ୍ଡା ପାହାଡର ପଡା ଗାଁରେ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଘାଟିର ଶିକ୍ଷକ । ନିଜ ଭାଷାରେ କେତେ ଦକ୍ଷତା ରହିଛି? କେମିତି ଦେବେ କେନ୍ଦ୍ର ସରକାରଙ୍କ ନାସ୍ ପରୀକ୍ଷା ? ତାହା ପିଲାଙ୍କୁ ବୁଝାଉଛନ୍ତି । କୁୁଡିଆ ଭିତରେ ବସି ପିଲାଙ୍କ ଭବିଷ୍ୟତ ସଜାଡୁଛନ୍ତି ଶିକ୍ଷକ । ଆଦିମ ଜନଜାତିର ପିଲାଙ୍କ ଦକ୍ଷତା ବୃଦ୍ଧି ସହ ଶିକ୍ଷାର ମାନ ବୃଦ୍ଧି ଲାଗି ଜାରି ରହିଛି ଅଭିଯାନ ।