ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା : ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ୍ ପୁଲିସ

ଭୁବନେଶ୍ୱର ପୋଷ୍ଟର ଲାଗିବା ଦିନରୁ ଆସିଛି ୫ଶହ କଲ୍

71

କନକ ବ୍ୟୁରୋ : ଭୁବନେଶ୍ୱର ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ୍ ପୁଲିସ । ୪ଟି ରାଜ୍ୟକୁ ପୋଷ୍ଟର ପଠାଯାଇଛି । କଙ୍କାଳର ପରିଚୟ ଜାଣିବା ପାଇଁ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡକୁ ପୋଷ୍ଟର ପଠାଇଛି କମିଶନରେଟ୍ ପୁଲିସ । ସେହି ୪ ରାଜ୍ୟର ଏଡିଜିଙ୍କ ସହ କମିଶନରେଟ ପୁଲିସ କଥା ହୋଇଛି ପୁଲିସ ।

SCRBର ୱେବସାଇଟରେ ମଧ୍ୟ କଙ୍କାଳ ସ୍କେଚ୍ ଜାରି କରାଯାଇଛି । ଏହାସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ପରେ ପୁଲିସ ପାଖକୁ ପ୍ରାୟ ୫ଶହ ଫୋନ କଲ୍ ଆସିଛି । ମୃତ ମହିଳା ଜଣଙ୍କ ଖୋର୍ଦ୍ଧା ଅଂଚଳର ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ତଦନ୍ତ ଜାରି ରହିଛି ।